ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଲିଆପାଳ ବ୍ଲକ ବିଷ୍ଣୁପୁର ପଞ୍ଚାୟତ ନୟାବାଲି ଠାରେ ଯୁବ ବିକାଶ ଫାଉଣ୍ଡେସନ ଏବଂ S,M,F,H ଗ୍ରାମ୍ୟ ଶକ୍ତି ମିଳିତ ସହଯୋଗ ରେ ଏମୋଟ୍ରରି ତାଲିମ୍ ପ୍ରଥମ ପର୍ଯ୍ୟାୟ ରେ ୫୦ ଜଣ ମହିଳା ଙ୍କୁ ଦିଆଯାଇଛି।
୨୧ ଦିନିଆ ପ୍ରଶିକ୍ଷଣ ରେ ଶନିବାର ପ୍ରତ୍ୟେକ ମହିଳା ଙ୍କୁ ନିଜର କୈଶଳ ପ୍ରଦଶନ ପାଇଁ ଗୋଟିଏ ଲେଖାଁଏ ସାଲ ପ୍ରଦାନ କରାଯାଇଛି। ଏହି ପ୍ରଶିକ୍ଷଣ ଆଗକୁ ୬ ମାସ ରେ ପ୍ରଥମ ପର୍ଯ୍ୟାୟ ରେ ୫୦ ଜଣ ଏବଂ ଦିତୀୟ ପର୍ଯ୍ୟାୟରେ ଆଉ ୫୦ ଜଣକୁ ଦିଆଯିବ ବୋଲି ସଂସ୍ଥା ର ନିର୍ଦ୍ଧେଶକ ନିହାର ରଂଜନ ଓଝା ସହକାରୀ ନିର୍ଦ୍ଦେଶକ ଅସିତ୍ କୁମାର ଦଳାଇ ସୁଚନା ଦେଇଛନ୍ତି।
ବାଲିଆପାଳ ବ୍ଲକ ସଂଯୋଜକ ପରେଶ କୁମାର କର, ଭୋଗରାଇ ବ୍ଲକ ସଂଯୋଜକ ପୁର୍ଣ୍ଣଚନ୍ଦ୍ର ଜେନା ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ସଂସ୍ଥା ପକ୍ଷରୁ ଆଗାମୀ ଦିନରେ ମେସିନ ସାହାଯ୍ୟ ରେ ଏମ୍ରଡୋରି ଓ ତନ୍ତ ର ପ୍ରଶିକ୍ଷଣ ଦିଆଯିବ ବୋଲି ସୁଚନା ଦିଆଯାଇଛି।