ଓଡ଼ିଆ ନ୍ୟୁଜ୍: ଆରଜି କର ଡାକ୍ତରଙ୍କ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରଏକୁ ଆଜି ଆଜୀବନ ସଜ୍ଜା ଶୁଣାଇଛନ୍ତି କୋର୍ଟ। ପଶ୍ଚିମବଙ୍ଗର ସିଆଲଦା କୋର୍ଟ ଆଜି ଏହି ରାୟ ଶୁଣାଇଛନ୍ତି। ତେବେ ଏହି ଦଣ୍ଡାଦେଶ ପରେ ରାଜନୀତି ମଧ୍ୟ ଜୋର ଧରିଛି। ଆମ ହାତରେ ମାମଲା ଥିଲେ, ନିଶ୍ଚିତ ଫାଶୀ ଦଣ୍ଡ ହୋଇଥାନ୍ତା ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି। ମମତା କହିଛନ୍ତି ଯେ, “ଆମେ ସମସ୍ତେ ମୃତ୍ୟୁଦଣ୍ଡ ଦାବି କରିଥିଲୁ, କିନ୍ତୁ କୋର୍ଟ ଆଜୀବନ କାରାଦଣ୍ଡ ଦେଇଥିଲେ। ମୁଁ ସନ୍ତୁଷ୍ଟ ନୁହେଁ।” ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜର ଅସନ୍ତୋଷ ପ୍ରକାଶ କରି କହିଥିଲେ, “ଆମେ ଆରମ୍ଭରୁ ମୃତ୍ୟୁଦଣ୍ଡ ଦାବି କରିଆସୁଛୁ, କିନ୍ତୁ କୋର୍ଟ ଆଜୀବନ କାରାଦଣ୍ଡ ଦେଇଛନ୍ତି। ଯଦି ମାମଲାଟି ସିବିଆଇକୁ ହସ୍ତାନ୍ତର କରାଯାଇ ନଥାନ୍ତା ଏବଂ ଆମ ହାତରେ ଥାଆନ୍ତା, ତେବେ ବହୁତ ପୂର୍ବରୁ ମୃତ୍ୟୁଦଣ୍ଡ ଦିଆଯାଇଥାଆନ୍ତା।
ସେ ଆହୁରି ବି କହିଛନ୍ତି, ମୁଁ ଏହି ନିଷ୍ପତ୍ତିରେ ସନ୍ତୁଷ୍ଟ ନୁହେଁ।” କେବଳ ଏତିକି ନୁହେଁ, ଭାରତୀୟ ଜନତା ପାର୍ଟି ନେତା ଏବଂ କେନ୍ଦ୍ରମନ୍ତ୍ରୀ ସୁକାନ୍ତ ମଜୁମଦାର କହିଛନ୍ତି, “ଆମେ ମୃତ୍ୟୁଦଣ୍ଡ ଚାହୁଁଥିଲୁ। ତାହା ଘଟିଲା ନାହିଁ। ପୀଡିତାଙ୍କ ପରିବାର ଟଙ୍କା ଚାହାଁନ୍ତି ନାହିଁ। ପଶ୍ଚିମବଙ୍ଗର ଲୋକମାନେ ଭାବୁନାହାଁନ୍ତି ଯେ ଏଥିରେ କେବଳ ଜଣେ ବ୍ୟକ୍ତି ସମ୍ପୃକ୍ତ ଥିଲେ, ଏହାର ତଦନ୍ତ ହେବା ଉଚିତ। ଉଲ୍ଲେଖ ଥାଉ କି ଗତ ବର୍ଷ ଅଗଷ୍ଟ ୯ ତାରିଖ ସକାଳେ ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲ ପରିସରର ସେମିନାର ହଲରୁ ଟ୍ରେନି ମହିଳା ଡାକ୍ତରଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।