ମାତୃତ୍ୱର ନିଦର୍ଶନ ଦେଲେ ପ୍ରମିଳା !

0

ମାତୃଶକ୍ତି ବା ନାରୀଶକ୍ତି ହେଉଛି ପ୍ରେମ, ସ୍ନେହ, ମମତା ଓ ସହନ ଶିଳତାର ପ୍ରତୀକ। ଗୋଟିଏ ନାରୀଟିଏ ଯଦି ଗୋଟିଏ ଶିଶୁଟିକୁ ଭଲ ପାଇ ବସେ ତେବେ ସ୍ଵତଃ ଭାବରେ ସ୍ଵାଭାବିକ ଭାବରେ ତାର ହାତ ଉକ୍ତ ଶିଶୁଟିକୁ ଆଉଁସି ଦେଇଥାଏ ବା ଗେଲ କରିବା ପାଇଁ ହାତ ଦୁଇଟିକୁ ପ୍ରସାରିତ ହୋଇଯାଇଥାଏ।  ଠିକ୍ ସେହିପରି ଏକ ସ୍ୱତନ୍ତ୍ର ତଥା ଏକ ମନଲୋଭା ଦୃଶ୍ୟ ଦେଖିବାକୁ ମିଳିଥିଲା ସଂସଦ ଭବନରେ। ଆଜି ଯେତବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଂସଦ ଭବନକୁ ପରିଦର୍ଶନରେ ଯାଇଥିଲେ ଏବଂ ଓଡ଼ିଶାର ସାଂସଦ ମାନଙ୍କ ସହିତ ସେ ସାକ୍ଷାତକାର କାର୍ଯ୍ୟକ୍ରମ କରିଥିଲେ ଏବଂ ବିଭିନ୍ନ ପ୍ରକାରର ଓଡ଼ିଶାର ସାଂସଦ ମାନଙ୍କ ସହିତ ଭେଟି ଆଲୋଚନା କରିଥିଲେ। ଠିକ୍ ସେହି ସମୟରେ ଦେଖିବାକୁ ମିଳିଥିଲା ଏକ ରୋଚକ ଦୃଶ୍ୟ। ସେ ଦୃଶ୍ୟଟି ଥିଲା ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ମହିଳା ସାଂସଦ ଶ୍ରୀମତୀ ପ୍ରମିଳା ବିଶୋଇ ନିଜ ମାତୃସ୍ନେହ ପ୍ରଦର୍ଶନ ପୂର୍ବକ ନବୀନଙ୍କୁ ନିଜ ପୁଅଟିଏ ଭାବି ତାଙ୍କ ଗାଲକୁ ଆଉଁଶି ଦେଇଥିଲେ ଯାହା ଉକ୍ତ ପରିବେଶକୁ ଟିକେ ହାଲୁକା କରିଦେଇଥିଲା ଏବଂ ସମସ୍ତଙ୍କ ମନ ଭିତରେ ଗୋଟିଏ ଆନନ୍ଦ ଖେଳେଇ ଦେଇଥିଲା।

ରାଜନୀତିର କଠୋର ପରିସ୍ଥିତି ଏବଂ ଗମ୍ଭୀର ପରିସ୍ଥିତି ମଧ୍ୟରେ ଏହି ଦୃଶ୍ୟ ସମସ୍ତଙ୍କ ମନରେ ଆନନ୍ଦ ସହ ହାସ୍ୟ ରୋଳ ସୃଷ୍ଟି କରିଥିଲା। ବିଭିନ୍ନ ସମୟରେ ଦେଖିବାକୁ ମିଳେ ରାଜନୀତି କରୁଥିବା ବ୍ୟକ୍ତିବିଶେଷ ମାନେ ସାମାନ୍ୟତମ ବା ସଦା ସର୍ବଦା ଗମ୍ଭୀର ଅବା କଠୋର ପରିସ୍ଥିତିର ସାମ୍ନା କରିଥାନ୍ତି। କିନ୍ତୁ ଆଜି ସଂସଦ ଭବନରେ ଦେଖିବାକୁ ମିଳିଥିବା ଏହି ଦୃଶ୍ୟଟି ଥିଲା କିଛି ଅଲଗା। ହାସ୍ୟ ଏବଂ ଆନନ୍ଦର ଏହି ଦୃଶ୍ୟଟି ସମସ୍ତଙ୍କ ମନରେ ଗୋଟିଏ ପ୍ରକାରର ଉଚ୍ଚ ଭାବନା ସୃଷ୍ଟି କରିଥିଲା। ଯେ ରାଜନୀତି ଭିତରେ ମଧ୍ୟ ହସ ଖୁସି ,ସ୍ନେହ , ମମତା ସମ୍ପର୍କ ଯୋଡ଼ା ଯାଇପାରେ। ଏବଂ ସମସ୍ତଙ୍କ ମନକୁ ନେଇ କିପରି ରାଜନୀତିରେ ମଧ୍ୟ ଆନନ୍ଦ ପ୍ରାପ୍ତ କରାଯାଇପାରେ ତାହା ଏଇ ଦୃଶ୍ୟରେ ଦେଖିବାକୁ ମିଳିଛି। ଏହି ଦୃଶ୍ୟ ଶାସକ ଏବଂ ବିରୋଧୀଙ୍କ ପାଇଁ ଏକ ଗଭୀର ଶିକ୍ଷା ଏବଂ  ଗଭୀର ସୂଚନା ଦେଉଛି।

 

Leave A Reply

Your email address will not be published.