କ୍ୟାମେରାମ୍ୟାନ ମାନସ ସ୍ଵାଇଁ ଅପହରଣ ଓ ହତ୍ୟା ମାମଲା: ଆଜି ଦ୍ବିତୀୟ ଦିନରେ ବି ମାରାଥନ ଜେରାର ସାମ୍ନା କରିବେ ୪ ଅଭିଯୁକ୍ତ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କ୍ୟାମେରାମ୍ୟାନ ମାନସ ସ୍ଵାଇଁ ଅପହରଣ ଓ ହତ୍ୟା ମାମଲାରେ ରିମାଣ୍ଡରେ ଥିବା ୪ ଅଭିଯୁକ୍ତଙ୍କର ଆଜି ହେଉଛି ଜେରାର ଦ୍ୱିତୀୟ ଦିନ। ପ୍ରଥମ ଦିନରେ ୭ ଘଣ୍ଟାର ମାରାଥନ ଜେରା କରିଥିଲା କ୍ରାଇମବ୍ରାଞ୍ଚ ଟିମ। ୪ ଅଭିଯୁକ୍ତଙ୍କୁ ଜେରା କରିବା ପାଇଁ ୧୬ ଜଣଙ୍କୁ ନେଇ ଗଠିତ ହୋଇଛି ୪ ଟି ଟିମ। ଫେବ୍ରୁଆରି ୭ ତାରିଖରେ ମାନସ ସ୍ଵାଇଁଙ୍କୁ ଅପହରଣ କରାଯାଇଥିବା ବେଳେ ତାର ୩ ଦିନ ପୂର୍ବରୁ ଏହାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା।

ଅପହରଣ ପରେ କାରରେ ଭୁବନେଶ୍ୱର ଅଣା ଯାଇଥିବା ବେଳେ ରାସ୍ତାରେ ନିସ୍ତୁକ ମାଡ଼ ମରାଯାଇ ଥିଲା। ତେବେ କ୍ୟାମେରା ଚିପ ପାଇଁ ଏହି ଅପହରଣ ହୋଇଥିବା ବେଳେ ଚିପକୁ ଶର୍ମିଷ୍ଠା ରାଉତ ମାନସ ଠାରୁ ହାତେଇ ଥିବା ସ୍ପଷ୍ଟ ହୋଇଛି। ତେବେ ଚିପ ପାଇବା ପରେ ପୁଣି କାହିଁକି ମାନସକୁ ହତ୍ୟା କରାଗଲା ସେ ଉପରେ ଫୋକସ କରୁଛି କ୍ରାଇମବ୍ରାଞ୍ଚ ଟିମ।

Leave A Reply

Your email address will not be published.