ପାକିସ୍ତାନରେ ପୁଣି ଭୂମିକମ୍ପ ଝଟକା

0

ଓଡ଼ିଆ ନ୍ୟୁଜ୍: ପାକିସ୍ତାନରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଜାତୀୟ ଭୂକମ୍ପ କେନ୍ଦ୍ରର ସୂଚନା ମୁତାବକ ଏହାର ତୀବ୍ରତା ରିକ୍ଟର ସ୍କେଲରେ ୪.୬ ରହିଥିଲା। ଭୂକମ୍ପରେ କୌଣସି ଧନ ଜୀବନ କ୍ଷୟକ୍ଷତି ହୋଇଥିବା ଖବର ଆସିପାରି ନାହିଁ।

ଭୂକମ୍ପ ଝଟକା ଅନୁଭୂତ ହେବା ପରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା। ଲୋକେ ଘରୁ ବାହାରକୁ ଦୌଡି ପଳାଇ ଆସିଥିଲେ।

ପୂର୍ବରୁ ଗତ ମେ’ ୫ ତାରିଖରେ ପାକିସ୍ତାନରେ ଭୂମିକମ୍ପ ହୋଇଥିଲା । ଏହାର ତୀବ୍ରତା ୪.୨ ରହିଥିଲା। ଏଥିରେ ମଧ୍ୟ କୌଣସି କ୍ଷୟକ୍ଷତି ହୋଇ ନ ଥିଲା। ପାକିସ୍ତାନ ସମେତ ଆଫଗାନିସ୍ତାନର କିଛି ସ୍ଥାନରେ ଏହି ଝଟକା ଅନୁଭୂତ ହୋଇଥିଲା ।

Leave A Reply

Your email address will not be published.