ଓଡ଼ିଆ ନ୍ୟୁଜ୍: ଆଫଗାନିସ୍ତାନ୍ରେ ଭୂକମ୍ପ ଝଟକା । ଆଜି ସକାଳେ, ଆଫଗାନିସ୍ତାନରେ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୨ ମାପ କରାଯାଇଥିଲା। ଏହି ଭୂମିକମ୍ପ ଭୂମିରୁ ୧୩୫ କିଲୋମିଟର ତଳେ ଘଟିଥିଲା। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଏହି ସୂଚନା ଦେଇଛି।
ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର କହିଛି ଯେ ଆଜି ସକାଳ ୬:୩୩ ରେ (ଭାରତୀୟ ସମୟ) ଆଫଗାନିସ୍ତାନରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି। ହେଲେ ଏପର୍ଯ୍ୟନ୍ତ କୌଣସି ଆହତ କିମ୍ବା କ୍ଷତିର।ଏପର୍ଯ୍ୟନ୍ତ କୌଣସି ଆହତ କିମ୍ବା କ୍ଷତିର ଖବର ମିଳିନାହିଁ। ଏନେଇ ସେଠାକାର ପ୍ରଶାସନ ସଜାଗ ଅଛି ଏବଂ ପରିସ୍ଥିତି ଉପରେ ନଜର ରଖିଛି।