ଗଞ୍ଜାମ ବିଜେଡିକୁ ଶକ୍ତ ଝଟ୍‌କା; ବିଜେପିରେ ମିଶିଲେ ବ୍ଲକ ଅଧ୍ୟକ୍ଷା

0

ଓଡ଼ିଆ ନ୍ୟୁଜ୍: ଗଞ୍ଜାମ ବିଜେଡିକୁ ଶକ୍ତ ଝଟ୍‌କା; ବିଜେପିରେ ମିଶିଲେ ବ୍ଲକ ଅଧ୍ୟକ୍ଷା।ଗଞ୍ଜାମ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ବିଜେପିରେ ସାମିଲ ହେଲେ।ଅଧ୍ୟକ୍ଷାଙ୍କ ସ୍ବାମୀ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷା ସୁରଥ ପ୍ରଧାନ ବି ସାମିଲ୍‌।ଛାତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ ଉପସ୍ଥିତିରେ ବିଜେପିରେ ମିଶିଲେ। ବିଜେଡିରୁ ବିଦାହେଲେ ଭାଜପାରେ ଯୋଗଦେଲେ।

ଦଳ ବିରୋଧୀ କାର୍ଯ୍ୟ ଯୋଗୁ ଗଞ୍ଜାମ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ଓ ତାଙ୍କ ସ୍ବାମୀ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁରଥ ପାହାନଙ୍କୁ ବିଜେଡିରୁ ବହିଷ୍କାର କରାଯାଇଥିଲା। ଶୁକ୍ରବାର ଉଭୟ ଭାଜପାରେ ଯୋଗ ଦେଇଛନ୍ତି। ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ ଉପସ୍ଥିତିରେ ସେମାନେ ଭାଜପାରେ ସାମିଲ ହୋଇଛନ୍ତି।

ସୂଚାଯୋଗ୍ୟ, ତାଙ୍କୁ ବହିଷ୍କାର କରାଯାଇଥିବା ନେଇ ବିଜେଡ଼ି ରାଜ୍ୟ ଉପସଭାପତି ପ୍ରତାପ ଜେନା ପ୍ରଥମେ ପ୍ରକାଶ କରିଥିଲେ। ପରେ ପୂର୍ବତନ ବିଧାୟକ ସୁବାସ ବେହେରା ଗଣ ମାଧ୍ୟମକୁ ଏହି ସୂଚନା ଦେଇଥିଲେ ।

Leave A Reply

Your email address will not be published.