ଡଙ୍ଗା ଓଲଟି ମତ୍ସ୍ୟଜୀବୀ ନିଖୋଜ

0

ଓଡ଼ିଆ ନ୍ୟୁଜ୍: ମଝି ସମୁଦ୍ରରେ ଡଙ୍ଗା ଓଲଟି ଜଣେ ମତ୍ସ୍ୟଜୀବୀ ନିଖୋଜ।ପୋଡ଼ମପେଟା ସମୁଦ୍ର କୂଳରୁ ମାଛ ଧରିବାକୁ ଯାଇଥିଲେ ୭ ମତ୍ସ୍ୟଜୀବୀ।ପହଁରି ପହଁରି ସମୁଦ୍ର କୂଳକୁ ଫେରିଲେ ୬ ଜଣ, ଆଉ ଜଣେ ନିଖୋଜ।ସମସ୍ତେ ଛତ୍ରପୁର ସାନ ନୋଳିଆ ନୂଆଗାଁର, ଖୋଜାଖୋଜି ଉଦ୍ୟମ ଜାରି।ଋଷିକୂଲ୍ୟା ମୁହାଣସ୍ଥିତ ସମୁଦ୍ରକୁ ମାଛ ଧରିବାକୁ ଯାଇ ଜଣେ ବ୍ୟକ୍ତି ନିଖୋଜ ଥିବା ଜଣାପଡ଼ିଛି। ନିଖୋଜ ବ୍ୟକ୍ତି ହେଲେ ଛତ୍ରପୁର ବ୍ଲକ ଅନ୍ତର୍ଗତ ନୋଳିଆ ନୋଳିଆ ନୂଆ ଗାଁର ମତ୍ସ୍ୟଜୀବୀ ଏ. କାଳିଆ। ବୁଧବାର ରାତିରେ ମାଛ ଧରିବାକୁ ଡଙ୍ଗାରେ ସେହି ଗ୍ରାମର ପ୍ରାୟ ୭ ଜଣ ସମୁଦ୍ର ଭିତରକୁ ଯାଇଥିଲେ। ଉଚ୍ଚ ଲହଡ଼ିରେ ଡଙ୍ଗା ଓଲଟି ପଡ଼ିବାରୁ ସମସ୍ତେ ଖସି ପଡ଼ିଥିଲେ।

ପି. ଏଲେୟା, ଏମ. ବାବାଜୀ, ପି. କାଲେୟା, ପି. ରଘୁନାଥ, ଏମ. ମୋହନ ଓ ପି. ରାମେୟା ଏହି ୬ ଜଣ ପହଁରି କୂଳକୁ ଆସିଥିଲେ ମଧ୍ୟ କାଳିଆଙ୍କ ପତ୍ତା ମିଳି ନ ଥିଲା। ଖବର ପାଇ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର ଓ ଗଞ୍ଜାମ ଥାନା ଆଇଆଇସି ସୁମିତ୍ରା ପାତ୍ର ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗକୁ ଅବଗତ କରିଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀମାନେ ସମୁଦ୍ରରେ ଖୋଜାଖୋଜି ଆରମ୍ଭ କରିଛନ୍ତି।

Leave A Reply

Your email address will not be published.