ଫିଲିପାଇନ୍ସରେ ଶକ୍ତିଶାଳୀ ଭୂକଂପ ଝଟ୍‌କା; ୨୬ ମୃତ

0

ଓଡ଼ିଆ ନ୍ୟୁଜ୍: ଫିଲିପାଇନ୍ସରେ ଶକ୍ତିଶାଳୀ ଭୂକଂପ ଝଟ୍‌କା; ୨୬ ମୃତ, ୧୫୦ ଆହତ । ଉପକୂଳ ସହର ବୋଗୋରେ ୬.୯ ତୀବ୍ରତାର ଭୂକଂପ ଝଟ୍‌କା । ଭୁଶୁଡ଼ିଲା ଅନେକ ବଡ଼ ବଡ଼ କୋଠା; ଉଦ୍ଧାର କାର୍ଯ୍ୟ ଜାରି । ପ୍ରକୃତିର ଭୟଙ୍କର କୋପ । ଥରିଲା ମାଟି ଫିଲିପାଇନ୍ସରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ।

ଉପକୂଳ ସହର ବୋଗୋରେ ୬.୯ ତୀବ୍ରତାର ଭୂକମ୍ପ ଝଟ୍‌କାରେ ସବୁ କିଛି ଛାରଖାର । ଅନେକ ବଡ଼ ବଡ଼ କୋଠା ଭୁଶୁଡି ପଡିଛି । ଏବେ ସୁଦ୍ଧା ୨୬ରୁ ଅଧିକ ଜଣଙ୍କର ମୃତ୍ୟୁ ହୋଇଥିବ ବେଳେ ଅନେକ ଆହତ ହୋଇଛନ୍ତି। ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଫିଲିପାଇନ୍ସ ବିଶ୍ୱର ସବୁଠାରୁ ବିପର୍ଯ୍ୟୟ ପ୍ରବଣ ଦେଶଗୁଡ଼ିକ ମଧ୍ୟରୁ ଗୋଟିଏ।

Leave A Reply

Your email address will not be published.