ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର; ଏକକାଳୀନ ଦୁଇଟି ଡିଗ୍ରୀ କୋର୍ସ କରିବାକୁ ୟୁଜିସିର ନିଷ୍ପତି

0

ଏଣିକି ଗୋଟିଏ ବର୍ଷରେ ଦୁଇଟି ରେଗୁଲାର ଡିଗ୍ରୀ କରିପାରିବେ ଛାତ୍ର ଛାତ୍ରୀ। ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି)।ଏହି ଦୁଇଟି କୋର୍ସ ଅଲଗା ଅଲଗା ବିଶ୍ୱବିଦ୍ୟାଳୟରୁ କରାଯାଇ ପାରିବ। ଏଣିକି ଛାତ୍ରଛାତ୍ରୀମାନଙ୍କୁ ଏକକାଳୀନ ଦୁଇଟି ଡିଗ୍ରୀ କୋର୍ସ କରିବାକୁ ଅନୁମତି ଦେବାକୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ନିଷ୍ପତ୍ତି ନେଇଛି। ୟୁଜିସି  ଚେୟାରମ୍ୟାନ ଏମ୍‌ ଜଗଦୀଶ କୁମାର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରି କହିଛନ୍ତି ଯେ, ଛାତ୍ରମାନେ ସମାନ ବିଶ୍ୱବିଦ୍ୟାଳୟରୁ କିମ୍ବା ବିଭିନ୍ନ ବିଶ୍ୱବିଦ୍ୟାଳୟରୁ ଏକକାଳୀନ ଦୁଇଟି ଡିଗ୍ରୀ କୋର୍ସ କରିପାରିବେ। ପୂର୍ବରୁ ଛାତ୍ରମାନଙ୍କୁ କେବଳ ଗୋଟିଏ ସ୍ନାତକୋତ୍ତର କୋର୍ସ କରିବାକୁ ଅନୁମତି ଦିଆଯାଇଥିଲା। ଆୟୋଗ ଦ୍ୱାରା ଅନୁମୋଦିତ ନୂତନ ନିର୍ଦ୍ଦେଶାବଳୀରେ ଦର୍ଶାଯାଇଛି ଯେ ଜଣେ ଛାତ୍ର ଏକ ସମୟରେ ଦୁଇଟି କୋର୍ସ କରିପାରିବେ।ଏହି ନିୟମରୁ ସେହି ଛାତ୍ରଛାତ୍ରୀଙ୍କୁ ସୁବିଧା ହେବ, ଯେଉଁମାନେ ଦୁଇଟି ପାଠ୍ୟକ୍ରମ ଭିନ୍ନ ଭିନ୍ନ ବିଶ୍ୱବିଦ୍ୟାଳୟରୁ କରିବାକୁ ଚାହୁଁଛନ୍ତି। ଦୁଇଟି ଯାକ ପାଠ୍ୟକ୍ରମ ଏକାଠି କରାଯାଇ ପାରିବ, ଯାହା ଦ୍ଵାରା ସମୟ ବଞ୍ଚିଯିବ।

ୟୁଜିସି ଅନୁସାରେ, ବିଭିନ୍ନ ବିଶ୍ୱବିଦ୍ୟାଳୟ ଏ ପ୍ରକାର ବ୍ୟବସ୍ଥାକୁ ଲାଗୁ କରିବାକୁ ଚାହୁଁଛନ୍ତି କି ନାହିଁ, ସେ ନେଇ ସେମାନଙ୍କୁ ପୂର୍ଣ୍ଣ ସ୍ୱାଧୀନତା ଦିଆଯିବ। ଯେଉଁ ବିଶ୍ୱବିଦ୍ୟାଳୟ ଏଥିରେ ଯୋଡ଼ି ହେବାକୁ ଚାହିଁବେ, ସେମାନେ ଏମିତି ପାଠ୍ୟକ୍ରମ ଉପଲବ୍ଧ କରାଇବେ। ଏହି ସ୍ପେଶାଲ କୋର୍ସ ଅନଲାଇନ କିମ୍ବା ଅଫ୍‌ଲାଇନ ହୋଇପାରେ। ଏହା ବି ସମ୍ଭବ ଯେ ଗୋଟିଏ କୋର୍ସର ପାଠପଢ଼ା ଅନଲାଇନରେ ହୋଇପାରେ ଏବଂ ଅନ୍ୟଟି ଅଫ୍‌ଲାଇନ ବା ଫିଜିକାଲ ମୋଡ୍‌ରେ। ତେବେ ଏହା ମନୋନୀତ ବିଶ୍ୱବିଦ୍ୟାଳୟ ଏବଂ ଏହାଦ୍ୱାରା ଉପଲବ୍ଧ କୋର୍ସ ଉପରେ ହିଁ ନିର୍ଭର କରିବ।

Leave A Reply

Your email address will not be published.