ଓଡ଼ିଆ ନ୍ୟୁଜ୍: ଆଜିଠୁ ବିକ୍ରି ହେବ ବାରବାଟୀ ମ୍ୟାଚ ଲାଗି ଅଫଲାଇନ୍ ଟିକେଟ୍ । କାଉଣ୍ଟର ଆଗରେ ଲମ୍ବା ଲାଇନ । ଟିକେଟ୍ ପାଇବା ୧୨ ଘଣ୍ଟାରୁ ଅଧିକ ସମୟ ଧରି ଅପେକ୍ଷା କରିଛନ୍ତି ଫ୍ୟାନ। କାଉଣ୍ଟରରେ ମାତ୍ର ୧୦ ହଜାର ଟିକେଟ ବିକ୍ରି ହେବ । ତେଣୁ ଟିକେଟ ମିଳିବ କି ନାହିଁ ତାହାକୁ ନେଇ ଏବେ ସନ୍ଦେହ ଦେଖା ଦେଇଛି । ହେଲେ ଟିକେଟ କିଣିବା ଲାଗି ଗତକାଲି ରାତିରୁ ଲାଗିଲାଣି ଅସମ୍ଭାଳ ଭିଡ । ସ୍ଥିତି ଏମତି ହୋଇଛି ଯେ ସ୍ଥିତି ସମ୍ଭାଳିବାକୁ ପୋଲିସକୁ ନାକେଦମ ହେବାକୁ ପଡିଛି ।
ଷ୍ଟାଡିୟମ ବାହାରେ ଶହ ଶହ ସଂଖ୍ୟାରେ ଲୋକ ଆସି ଭିଡ ଜମାଇଛନ୍ତି । ବ୍ୟାରିକେଡ ଭିତରେ ପଶିବାକୁ ଉଦ୍ୟମ । ଟିକଟ ବିକ୍ରିକୁ ଏଥର ଶୃଂଖଳିତ କରିବାକୁ ପ୍ରଥମଥର ପାଇଁ ନିଆଯାଇଛି ବଡ ପଦକ୍ଷେପ। ନୂଆ ବ୍ୟବସ୍ଥା ଲାଗୁ କରିଛି କମିସନରେଟ ପୋଲିସ। ସର୍ପେନଟାଇନ ଡିଜାଇନରେ ଲୁହା ବ୍ୟାରିକେଡ୍ କରାଯାଇଛି। ଦର୍ଶକ ପ୍ରଥମେ ଓସିଏ କ୍ରିକେଟ ଏକାଡେମୀ ପଟେ ବ୍ୟାରିକେଡ଼ ଭିତରକୁ ଆସିବେ। ଏହାପରେ ସିଧା ଟିକଟ କାଉଣ୍ଟର ପର୍ଯ୍ୟନ୍ତ ଯିବେ। ଦର୍ଶକଙ୍କ ପାଇଁ ୨ ଫୁଟ ଲେଖାଏଁ ଦୁଇଟି ବ୍ୟାରିକେଡ଼ ଲାଇନ କରାଯାଇଥିବା ବେଳେ ତାପାଖରେ ଆଉ ଗୋଟିଏ ୩ ଫୁଟର ବ୍ୟାରିକେଡ଼ ହୋଇଛି ଯେଉଁଠି ପୋଲିସ ଜଗିଛନ୍ତି। କାଉଣ୍ଟର ପାଖରୁ ଆଠ ଶହ ମିଟର ପର୍ଯ୍ୟନ୍ତ ଷ୍ଟିଲ ବ୍ୟାରିକଡେ ବ୍ୟବସ୍ଥା ହୋଇଛି।