ନବୀନ ନିବାସରେ ନୂଆପଡ଼ା ବିଜେଡି ନେତା ଓ କର୍ମୀ

0

ଓଡ଼ିଆ ନ୍ୟୁଜ୍: ନବୀନ ନିବାସରେ ନୂଆପଡ଼ା ପରାଜୟର ପୋଷ୍ଟମର୍ଟମ । ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କଲେ ନୂଆପଡ଼ା ଜିଲ୍ଲା ସଭାପତି, ପ୍ରାର୍ଥିନୀ ଓ ଜିଲ୍ଲା ସ୍ତରୀୟ ସମସ୍ତ ନେତୃତ୍ୱ । ନୂଆପଡ଼ା ପରାଜୟ ଓ ଆଗାମୀ ରଣନୀତି ନେଇ ନେତୃବୃନ୍ଦଙ୍କ ସହ ଆଲୋଚନା କଲେ ନବୀନ । ଜିଲ୍ଲା ସଂଗଠନକୁ ଅଧିକ ସୁଦୃଢ କରିବା ସହ ସରକାରଙ୍କ ବିରୁଦ୍ଧରେ ତୃଣମୂଳ ସ୍ତରରେ ଲଢେଇ କରିବାକୁ ନବୀନ ଆହ୍ୱାନ ଦେଇଛନ୍ତି ।

ନୂଆପଡ଼ା ଉପ ନିର୍ବାଚନରେ ବିଜେଡିର ପରାଜୟ ପରେ ଶଙ୍ଖ ଭବନରେ ଜିଲ୍ଲାର ସମସ୍ତ ନେତୃତ୍ୱ ଓ ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆଙ୍କ ମିଳିତ ସାମ୍ବାଦିକ ସମ୍ମିଳନୀ । ସ୍ନେହାଙ୍ଗିନୀ କହିଛନ୍ତି, ଆଜି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କରିଛନ୍ତି ନୂଆପଡ଼ା ଜିଲ୍ଲାର ସମସ୍ତ ନେତୃବୃନ୍ଦ । ପରାଜୟ ନେଇ ବିସ୍ତୃତ ଆଲୋଚନା ହୋଇଛି । ଜିଲ୍ଲା ସଂଗଠନକୁ କିପରି ଆହୁରି ସୁଦୃଢ କରିବାକୁ ମନ୍ତ୍ର ଦେଲେ ସୁପ୍ରିମୋ ନବୀନ ପଟ୍ଟନାୟକ ।

Leave A Reply

Your email address will not be published.