ପାଣ୍ଡିଆନଙ୍କ ବିରୋଧରେ CBI ତଦନ୍ତ କଲେ ବି କିଛି ହେବନି: ଗଣେଶ୍ବର ବେହେରା

0

ଓଡ଼ିଆ ନ୍ୟୁଜ୍: ପାଣ୍ଡିଆନଙ୍କ ବିରୋଧରେ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି ପ୍ରସଙ୍ଗ।କ୍ରାଇମବ୍ରାଞ୍ଚ ଛାଡ଼ି CBI ତଦନ୍ତ କରନ୍ତୁ କିଛି ହେବନି କହିଲେ ଗଣେଶ୍ବର ବେହେରା।ଆକ୍ରୋଶମୂଳକ ଭାବେ ତଦନ୍ତ କଲେ କିଛି ଲାଭ ହେବନି- ଗଣେଶ୍ବର। ‘ସେମାନେ ତଦନ୍ତ କରୁନାହାନ୍ତି, କାହିଁକି ଏତେଦିନ ଡେରି କରୁଛନ୍ତି’।’ସରକାରଙ୍କ ଅନୁମତି ନେଇ ସରକାରୀ ଅଧିକାରୀ ବୁଲିଲେ କିଛି ସମସ୍ୟା ନାହିଁ’।’ଯିଏ ବି ଚାହିଁବ ଅଭିଯୋଗ କରିପାରିବ, ହେଲେ ଏହା ପ୍ରମାଣିତ ହେବା ଦରକାର’। ପାଣ୍ଡିଆନଙ୍କ ବିରୋଧରେ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି ପ୍ରସଙ୍ଗରେ ଏକ ବଡ଼ ବୟାନ ଦେଇଛନ୍ତି ବିଜେଡି ନେତା ଗଣେଶ୍ୱର ବେହେରା।

ସେ କହିଛନ୍ତି, କ୍ରାଇମବ୍ରାଞ୍ଚ ଛାଡ଼ି ସିବିଆଇ ତଦନ୍ତ କଲେ ବି କିଛି ହେବନି। ଆକ୍ରୋଶମୂଳକ ଭାବେ ତଦନ୍ତ କଲେ କିଛି ଲାଭ ହେବନି ବୋଲି ଗଣେଶ୍ୱର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ସେମାନେ ତଦନ୍ତ କରୁନାହାନ୍ତି, କାହିଁକି ଏତେଦିନ ଡେରି କରୁଛନ୍ତି। ସରକାରଙ୍କ ଅନୁମତି ନେଇ ସରକାରୀ ଅଧିକାରୀ ବୁଲିଲେ କିଛି ସମସ୍ୟା ନାହିଁ’। ଯିଏ ବି ଚାହିଁବ ଅଭିଯୋଗ କରିପାରିବ, ହେଲେ ଏହା ପ୍ରମାଣିତ ହେବା ଦରକାର ବୋଲି ଗଣେଶ୍ୱର କହିଛନ୍ତି।

Leave A Reply

Your email address will not be published.