ଓଡ଼ିଆ ନ୍ୟୁଜ୍: ଯାଜପୁର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗଣେଶ୍ୱର ବରାଳ ନିଲମ୍ୱିତ।ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜୁ ଜନତା ଦଳରୁ ନିଲମ୍ୱିତ।ବିଜେଡି ସଭାପତିଙ୍କ ନିର୍ଦ୍ଦେଶରେ ଦଳୀୟ କାର୍ଯ୍ୟାଳୟ ପକ୍ଷରୁ ଚିଠି।
ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ତିନି ନେତାଙ୍କ ବିରୋଧରେ ଦଳ ବିରୋଧୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବାର ଅଭିଯୋଗ ରହିଥିଲା। ଦଳର ସ୍ୱାର୍ଥ ରକ୍ଷା ପାଇଁ ବିଜେଡି ସୁପ୍ରିମୋଙ୍କ ନିର୍ଦ୍ଦେଶକ୍ରମେ ଦଳୀୟ କାର୍ଯ୍ୟାଳୟ ପକ୍ଷରୁ ଏହି ନିଲମ୍ବନ ନିର୍ଦ୍ଦେଶନାମା ଜାରି କରାଯାଇଛି।ଗୁରୁବାର ଦଳ ପକ୍ଷରୁ ଏହି କଠୋର ପଦକ୍ଷେପ ନିଆଯାଇଛି, ଯାହାକି ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି। ବିଶେଷ କରି ଦୁଇଜଣ ପ୍ରଭାବଶାଳୀ ବିଧାୟକଙ୍କ ନିଲମ୍ବନ ପରେ ବିଜେଡି ଶିବିରରେ କମ୍ପନ ସୃଷ୍ଟି ହୋଇଛି।