ଓଡ଼ିଆ ନ୍ୟୁଜ୍: ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଅସୁସ୍ଥ। ଚିକିତ୍ସା ପାଇଁ MKCG ମେଡିକାଲ୍ ନିଆଗଲା। କଡ଼ା ସୁରକ୍ଷା ବଳୟରେ ଜେଲ୍ରୁ ମେଡିକାଲ୍ ନିଆଗଲା। ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଜେଲ୍ରେ ଅଛନ୍ତି ବିକ୍ରମ।ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଜେଲରୁ ଏମକେସିଜି ନିଆଯାଇଥିଲା। ସେଠାରେ ସେ ଡାକ୍ତରଙ୍କୁ ଦେଖାଇଥିଲେ I ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କର ଅଲ୍ ଟ୍ରାସାଉଣ୍ଡ କରାଯାଇଛି। ଏହି ସମୟରେ ମୁହଁ ଖୋଲିଛନ୍ତି ବିକ୍ରମ ପଣ୍ଡା I ମୁଁ ନିର୍ଦ୍ଦୋଷ ମୋତେ ରାଜନୀତିକ ଉଦ୍ଦେଶ୍ୟ ରଖି ଫସାଇ ଦିଆଯାଇଛି। ନ୍ୟାୟିକ ବ୍ୟବସ୍ଥା ଉପରେ ମୋର ସମ୍ପୂର୍ଣ୍ଣ ଭରସା ରହିଛି I ମୋତେ ନିଶ୍ଚିତ ନ୍ୟାୟ ମିଳିବ ବିକ୍ରମ ପଣ୍ଡା କହିଛନ୍ତି।
ଖବର ଅନୁଯାୟୀ, ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ୧୪ ଜଣ ଗିରଫ ହୋଇଥିଲେ । ଏଥିରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଥିଲେ । ତେବେ ଦୀର୍ଘ ଦିନ ଧରି ଜେଲ୍ରେ ରହିବା ପରେ ହଠାତ୍ ବିକ୍ରମ ପଣ୍ଡା ଅସୁସ୍ଥ ହୋଇପଡିଥିଲେ । ଏହାପରେ ତାଙ୍କୁ ଚିକିତ୍ସା ଲାଗି ବ୍ରହ୍ମପୁର ଏମକେସିଜି ମେଡିକାଲକୁ ନିଆଯାଇଥିଲା । ଏହି ସମୟରେ ବିସ୍ଫୋରକ ବୟାନ ଦେଇଛନ୍ତି ବିକ୍ରମ ପଣ୍ଡା । ସେ କହିଛନ୍ତି ଯେ, ମୋତ ଫସାଇ ଦିଆଯାଇଛି । ମୁଁ ନିର୍ଦ୍ଦୋଶ । ମୋତେ ରାଜନୈତିକ ଉଦ୍ଦେଶ୍ୟ ରଖି ଫଶାଯାଇଛି । ନ୍ୟାୟିକ ବ୍ୟବସ୍ଥା ଉପରେ ମୋର ପୁରା ଭରସା ରହିଛି । ତେଣୁ ମୋତେ ନ୍ୟାୟ ମିଳିବ । ଜଗନ୍ନାଥ ମୋ ସହ ଅଛନ୍ତି, ମୋତେ ନ୍ୟାୟ ମିଳିବ ।