ଓଡ଼ିଆ ନ୍ୟୁଜ୍: ଯୁଦ୍ଧ ସଙ୍କଟ: ଷ୍ଟ୍ରେଟ୍ ଅଫ ହରମୁଜକୁ ବନ୍ଦ କଲା ଇରାନ।କୌଣସି ବି ଜାହାଜ ଅତିକ୍ରମ କଲେ ଧ୍ବଂସ କରିବାକୁ ଚେତାବନୀ। IRGC କମାଣ୍ଡର ଇନ ଚିଫ୍ ଏବ୍ରାହିମ ଜବ୍ବାରୀଙ୍କ କଡ଼ା ଚେତାବନୀ। ଷ୍ଟେଟ୍ ଅଫ ହରମୁଜ ଦେଇ ଗୋଟିଏ ବୁନ୍ଦା ତେଲ ନ ଛାଡିବାକୁ ଧମକ।
ଯଦି କୌଣସି ଜାହାଜ ଏହି ବାଟ ଦେଇ ଯିବାକୁ ଚେଷ୍ଟା କରେ ତେବେ ସେଥିରେ ନିଆଁ ଲଗାଇ ଦିଆଯିବ ବୋଲି ସେମାନେ ଧମକ ଦେଇଛନ୍ତି । ଇରାନ ଉପରେ ହୋଇଥିବା ଆକ୍ରମଣ ଏବଂ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖାମେନେଇଙ୍କ ମୃତ୍ୟୁ ଖବର ପରେ ଇରାନ ଏହି ପଦକ୍ଷେପ ନେଇଛି ।
ସମୁଦ୍ର ପଥରେ ଜାହାଜ ଚଳାଚଳ ୮୦% କମିଯାଇଛି । ବଡ଼ ବଡ଼ କମ୍ପାନୀଗୁଡ଼ିକ ସେମାନଙ୍କ ଜାହାଜକୁ ଆଫ୍ରିକା ବାଟ ଦେଇ ବୁଲାଇ ନେଉଛନ୍ତି । ବୀମା କମ୍ପାନୀଗୁଡ଼ିକ ଏହି ଅଞ୍ଚଳ ପାଇଁ ସୁରକ୍ଷା ଦେବାକୁ ମନା କରିଦେଇଛନ୍ତି । ଯାହାଫଳରେ ବ୍ୟବସାୟିକ ଜାହାଜ ଚଳାଚଳ ଅସମ୍ଭବ ହୋଇପଡ଼ିଛି। ସେପଟେ ଆମେରିକା ସେନା କହିଛି ଯେ ଇରାନ ପକ୍ଷରୁ କୌଣସି ପ୍ରତିବନ୍ଧକ ଲଗାଯାଇ ନାହିଁ । କିନ୍ତୁ ଆକ୍ରମଣ ଭୟରେ କେହି ଏହି ବାଟରେ ଯାଉନାହାନ୍ତି। ହର୍ମୁଜ ପ୍ରଣାଳୀ ହେଉଛି ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ପଥ। ସାରା ବିଶ୍ୱର ପ୍ରାୟ ୨୦-୩୦% କ୍ରୁଡ୍ ଅଏଲ୍ ଏହି ସଂକୀର୍ଣ୍ଣ ବାଟ ଦେଇ ଯାଇଥାଏ ।
ସାଉଦି ଆରବ, ଇରାକ ଏବଂ କତାର ଭଳି ଦେଶ ଏହି ପଥ ଉପରେ ନିର୍ଭର କରନ୍ତି । ହର୍ମୁଜ ପ୍ରଣାଳୀ ବନ୍ଦ ଦ୍ବାରା ବିଶ୍ୱ ବଜାରରେ ଅଶୋଧିତ ତେଲ ଦର ବଢ଼ିବାର ଆଶଙ୍କା ରହିଛି ।