ଆଜିଠୁ ଦ୍ବିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ

0

ଓଡ଼ିଆ ନ୍ୟୁଜ୍: ଆଜିଠାରୁ ବିଧାନସଭା ବଜେଟ୍ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ।୧୦ ତାରିଖରୁ ବିଭିନ୍ନ ବିଭାଗ ଖର୍ଚ୍ଚ ଦାବି ଉପରେ ଆଲୋଚନା। ମାର୍ଚ୍ଚ ୩୧ ତାରିଖରେ ଗୃହରେ ବଜେଟ୍ ପାରିତ ହେବାର ଅଛି।ଏପ୍ରିଲ୍‌ ୮ ତାରିଖ ପର୍ଯ୍ୟନ୍ତ ଚାଲିବ ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ।ପ୍ରଥମ ପର୍ଯ୍ୟାୟରେ ସ୍ବାଭାବିକ ଭାବେ ଚାଲି ନଥିଲା ଗୃହ।

ସେହିପରି ଆଗକୁ ରାଜ୍ୟସଭା ନିର୍ବାଚନ ଥିବାରୁ ଗୃହରେ ବିଜେଡି ଓ କଂଗ୍ରେସର ସରକାରଙ୍କୁ ବିରୋଧ ଆହୁରି ତୀବ୍ର ହେବ । ଉଭୟ ମୁଖ୍ୟ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ମିଳିତ ଭାବେ ରାଜ୍ୟସଭା ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ସମର୍ଥନ କରୁଥିବାରୁ ବିଧାନସଭାରେ ମଧ୍ୟ ଏହାର ପ୍ରତିଫଳନ ଦେଖିବାକୁ ମିଳିବ । ବିଧାନସଭାରେ ବିଭିନ୍ନ କମିଟି ରିପୋର୍ଟ ଉପସ୍ଥାପନ କରିବେ । ଏହା ସହିତ ବଜେଟ ନେଇ ମଧ୍ୟ ଗୃହରେ ଆଲୋଚନା ହେବ । ସୋମବାର ଅପରାହ୍ନ ଅଧିବେଶନରେ ବିଧାନସଭାର ବିଭିନ୍ନ ବିଭାଗୀୟ ଷ୍ଟାଣ୍ଡିଂ କମିଟି ରିପୋର୍ଟ ପ୍ରଦାନ କରିବେ । ପରେ ମଙ୍ଗଳବାରରୁ ଖର୍ଚ୍ଚ ଦାବି ଆଲୋଚନା ଆରମ୍ଭ ହେବ । ଯାହା ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଛନ୍ତି, ବର୍ତ୍ତମାନ ବିରୋଧୀ ଏକାଠି ହେବାର ଆବଶ୍ୟକତା ଅଛି । ଡବଲ ଇଞ୍ଜିନ ଫେଲ୍ । ବିକାଶ ପ୍ରସଙ୍ଗରେ ବିରୋଧୀ ଏକାଠି ହେବାର ଆବଶ୍ୟକତା ଅଛି । ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି।

Leave A Reply

Your email address will not be published.