ଓଡ଼ିଆ ନ୍ୟୁଜ୍: ବିଧାୟକ ମାଧବ ଧଡ଼ାଙ୍କ ସହ କଥା ହେଲେ ନବୀନ ପଟ୍ଟନାୟକ।ଏନେଇ ସୂଚନା ଦେଲେ ସୋର ବିଜେଡି ବିଧାୟକ ମାଧବ ଧଡ଼ା।୨ ଦିନ କାହିଁକି ଅନୁପସ୍ଥିତ ଥିଲ ବୋଲି ପଚାରିଲେ ନବୀନ: ମାଧବ। ଭାଣିଜୀ ବାହାଘର ଥିବାରୁ ବିଧାନସଭାରେ ଅନୁପସ୍ଥିତ ଥିଲି ବୋଲି କହିଲି।ବାହାଘର ଭଲରେ ହେଲା କି ବୋଲି ପଚାରିଲେ ନବୀନ ପଟ୍ଟନାୟକ।ବିଜେଡି ସୁପ୍ରିମୋଙ୍କ ନିଷ୍ପତିକୁ ଅକ୍ଷରେ ଅକ୍ଷରେ ପାଳନ କରିବୁ।ବିଜେଡିର ୪୮ ବିଧାୟକ ସଂଗଠିତ ଅଛନ୍ତି, ବିଜେପି ପ୍ରେସର୍ କରୁଛି।
ହେଲେ ବିଜେପି ସଫଳ ହେବେ ନାହିଁ ବୋଲି କହିଲେ ମାଧବ ଧଡ଼ାସେପଟେ ବିଜେଡିକୁ ଘାରିଛି କ୍ରସ୍ ଭୋଟିଂ ଭୟ। ହ୍ବିପ୍ ପରେ ଜାରି ହେଲା ହୋଇଛି ନୋଟିସ୍ । ବିଜେଡି ବିଧାୟକଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ନବୀନ ପଟ୍ଟନାୟକ। ବିଜେଡି ବିଧାୟକଙ୍କୁ ଚିଠି ଲେଖି ହ୍ବିପ୍ ମାନିବାକୁ କଡ଼ା ନିର୍ଦ୍ଦେଶ । ଆଜି ଓ ଆସନ୍ତାକାଲି ନବୀନ ନିବାସରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ।