ଓଡ଼ିଆ ନ୍ୟୁଜ୍: ଭୟଙ୍କର ହେଉଛି ଯୁଦ୍ଧ।ମଧ୍ୟପ୍ରାଚ୍ୟ ଯୁଦ୍ଧ ସମଗ୍ର ବିଶ୍ବକୁ ପ୍ରଭାବିତ କରୁଛି । ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଜାରି ହୋଇଥିବା ଯୁଦ୍ଧର ପ୍ରଭାବ ଭାରତ ଉପରେ ମଧ୍ୟ ପଡୁଛି । ଭାରତ ଶକ୍ତି ଉପରେ ନିର୍ଭର କରୁଥିବା ଉର୍ଜା ଦେଶ ଉପରେ ଆଟାକ ହୋଇଛି । କାତାରରେ ଜଳୁଛି ଗ୍ୟାସ୍ ପ୍ଲାଣ୍ଟ । କାତାର ଗ୍ୟାସ୍ ପ୍ଲାଣ୍ଟ ଉପରେ ଇରାନର ମିସାଇଲ୍ ମାଡ଼ ।
ଇରାନ ସିଧାସଳଖ କାତାରର ‘ରାସ୍ ଲାଫାନ୍’ ଶିଳ୍ପାଞ୍ଚଳ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଛି । ଏଠାରେ ବିଶ୍ୱର ସବୁଠାରୁ ବଡ଼ ପ୍ରାକୃତିକ ଗ୍ୟାସ୍ (LNG) ଉତ୍ପାଦନ କେନ୍ଦ୍ର ରହିଛି । କିଛି ଦିନ ପୂର୍ବରୁ ଇସ୍ରାଏଲ, ଇରାନର ସବୁଠାରୁ ବଡ଼ ଗ୍ୟାସ୍ ଫିଲ୍ଡ ‘ସାଉଥ୍ ପାର୍ସ’ ଉପରେ ଆକ୍ରମଣ କରିଥିଲା । ଏହାର ଜବାବରେ ଇରାନ କାତାରର ଗ୍ୟାସ୍ ପ୍ଲାଣ୍ଟକୁ ଟାର୍ଗେଟ୍ କରିଛି । କାତାରର ଗ୍ୟାସ୍ ପ୍ଲାଣ୍ଟରେ ଭୟଙ୍କର ଭାବେ ନିଆଁ ଲାଗିଯାଇଛି । ଉତ୍ପାଦନ ବନ୍ଦ ହୋଇଯାଇଛି ।