ଓଡ଼ିଆ ନ୍ୟୁଜ୍: ଦଳବିରୋଧୀ କାର୍ଯ୍ୟରେ ସାମିଲ: ୧୦ ଜଣ ବିଜେଡିରୁ ସସପେଣ୍ଡ। ୩ ଜଣ ଯୁବ ଓ ୭ ଜଣ ଛାତ୍ର ବିଜେଡି ନେତା ନିଲମ୍ବିତ।ସନ୍ଧ୍ୟାରେ ଶୃଙ୍ଖଳାଗତ କମିଟିର ବୈଠକ ପରେ କାର୍ଯ୍ୟାନୁଷ୍ଠାନ।ବିଜେଡିରୁ ନିଲମ୍ବିତ ହୋଇଥିବା ୩ ଯୁବ ନେତା ହେଲେ- ସାଧାରଣ ସମ୍ପାଦକ ଅଶୋକ ମିଶ୍ର,ଶୋଭନ ମହାନ୍ତି ଏବଂ ଅନୁପମ ଶତପଥି। ସେହିଭଳି ନିଲମ୍ବିତ ହୋଇଥିବା ବିଜୁ ଛାତ୍ର ଜନତା ଦଳର ୭ ଜଣଙ୍କ ମଧ୍ୟରେ ଅଛନ୍ତି -ବିସିଜେଡିର ମହାସଚିବ ସୁଜିତ ପାଲଟା ସିଂହ, ଓ ସାଧାରଣ ସମ୍ପାଦକ ଦେବୋପ୍ରସାଦ ରାଉତରାୟ ଓ ୫ ବିସିଜେଡି ଉପସଭାପତି- ରଞ୍ଜିତ ଦାସ, ଅବିନାଶ ମହାନ୍ତି, ଦେବୀପ୍ରସାଦ ଲେଙ୍କା, ଅଶିତ ରଞ୍ଜନ ଦାସ ଓ ସିଦ୍ଧାର୍ଥ ସ୍ୱାଇଁ।
ସେପଟେ କ୍ରସ ଭୋଟିଂ କରିଥିବା ବିଧାୟକଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବାକୁ ଦଳ ବିଚାର ବିମର୍ଷ କରୁଛି। ଏନେଇ ଶୁକ୍ରବାର ଶଙ୍ଖ ଭବନରେ ବିଜେଡି ଶୃଙ୍ଖଳା କମିଟିର ବୈଠକ ହୋଇଥିଲା। ଦେବୀ ମିଶ୍ର, ରାଜଶ୍ରୀ ମଲ୍ଲିକ, ଶର୍ମିଷ୍ଠା ସେଠୀ, ସାରଦା ଜେନା, ଚନ୍ଦ୍ରଶେଖର ସାହୁ, ଲୋପାମୁଦ୍ରା ବକ୍ସିପାତ୍ରଙ୍କ ନେତୃତ୍ବରେ ବସିଥିବା ଏହି ଶୃଙ୍ଖଳା କମିଟି ବୈଠକରେ ବିଧାୟକଙ୍କ ବିରୁଦ୍ଧରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବ ସେ ନେଇ ଆଲୋଚନା ହୋଇଛି।