ଆନ୍ଧ୍ରରେ ଭୟଙ୍କର ଦୁର୍ଘଟଣା; ୧୦ ମୃତ

0

ଓଡ଼ିଆ ନ୍ୟୁଜ୍: ଆନ୍ଧ୍ର ମାର୍କପୁରମରେ ଭୟଙ୍କର ଦୁର୍ଘଟଣା; ୧୦ ଜୀବନ୍ତଦଗ୍ଧ। ଦୁର୍ଘଟଣା ପରେ ଜଳିଗଲା ବସ୍‌ ଓ ଟ୍ରକ୍।୨୦ରୁ ଊର୍ଦ୍ଧ୍ୱ ଗୁରୁତର ମେଡିକାଲରେ ଭର୍ତ୍ତି।

ରିପୋର୍ଟ ଅନୁସାରେ, ଆନ୍ଧ୍ରପ୍ରଦେଶର ମାର୍କାପୂରମ ନିକଟସ୍ଥ ରାୟବରମରେ ଏକ ବସ୍ ଏବଂ ଟ୍ରକ୍ ମଧ୍ୟରେ ଧକ୍କା ହୋଇଛି । ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବସରେ ନିଆଁ ଲାଗିଯାଇଥିଲା । ଯେଉଁଥିରେ ୮ ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି । ଏହାସହ ୧୮ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି ।

ସ୍ଥାନୀୟ ଲୋକଙ୍କ କହିବାନୁସାରେ, ବସଟି ଦ୍ରୁତ ଗତିରେ ଆସୁଥିଲା । ରାସ୍ତାରେ ଏହା ଏକ ଟ୍ରକକୁ ଧକ୍କା ଦେଇଥିଲା । ଯେଉଁଥିରେ ବସଟି ସମ୍ପୂର୍ଣ୍ଣ ଭାବେ ପାଉଁଶ ପାଲଟିଯାଇଛି । ଘଟଣାସ୍ଥଳରେ ପୋଲିସ ଏବଂ ଉଦ୍ଧାରକାରୀ ଟିମ୍ ପହଁଚି ମୃତାହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ।

କୁହାଯାଉଛି ଯେ, ବସଟି ହାଇଦ୍ରାବାଦରୁ ପାମୁରୁ ଯାଉଥିଲା । ସକାଳ ପ୍ରାୟ ୬ଟା୩୦ରେ ବୁଲାଣି ରାସ୍ତାରେ ହିଁ ଗ୍ରାନାଇଟ୍ ନେଇ ଯାଉଥିବା ଏକ ଟ୍ରକକୁ ବସଟି ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଯାତ୍ରୀମାନେ ଭିତରୁ ବାହାରି ପାରିନଥିଲେ । ସେମାନେ ଫସି ରହିଥିଲେ ।

Leave A Reply

Your email address will not be published.