ଓଡ଼ିଆ ନ୍ୟୁଜ୍: ମଧ୍ୟପ୍ରାଚ୍ୟ ଯୁଦ୍ଧ ଭିତରେ ଆଉ ଦୁଇଟି ଜାହାଜ ଶନିବାର ହୋର୍ମୁଜ ପ୍ରଣାଳୀ ପାର କରିଛନ୍ତି। ଏହା ଏପରି ସମୟରେ ହେଉଛି ଯେତେବେଳେ ଏହି ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ମାର୍ଗରେ ଉତ୍ତେଜନା କାରଣରୁ ଜାହାଜ ଯାତାୟାତ ପ୍ରଭାବିତ ହେଉଛି। ନିକଟରେ ଇରାନ ଏହି ଜଳମାର୍ଗ ଉପରେ ନିଜର ପୂର୍ଣ୍ଣ ନିୟନ୍ତ୍ରଣ ଦାବି କରିଥିଲା। ଫଳରେ କ୍ଷେତ୍ରରେ ଅନିଶ୍ଚିତତା ଆହୁରି ବଢି ଯାଇଛି।
ସୂତ୍ର ଅନୁସାରେ ଭାରତୀୟ ନୌସେନା ଯୁଦ୍ଧପୋତଙ୍କୁ ପ୍ରମୁଖ ବନ୍ଦର ନିକଟରେ ମୁତୟନ କରାଯାଇଛି। ଏହା ଦ୍ୱାରା ଆବଶ୍ୟକ ପଡିଲେ ପଣ୍ୟବାହୀ ଜାହାଜଙ୍କୁ ସହାୟତା କରାଯାଇ ପାରିବ। ଆଗାମୀ ଦିନମାନଙ୍କରେ ଆହୁରି ଅଧିକ ଜାହାଜ ଏହି ମାର୍ଗ ଦେଇ ଭାରତ ପହଞ୍ଚିବେ ବୋଲି ଅନୁମାନ କରାଯାଉଛି। ଏହା ମଧ୍ୟରେ ଇରାନ ବୈଦେଶିକ ମନ୍ତ୍ରୀ ଅବ୍ବାସ ଅରାଘଚୀ କହିଛନ୍ତି ଯେ ଏହି ଜଳମାର୍ଗ ଭାରତ, ଚୀନ୍, ଋଷିଆ, ଇରାକ୍ ଓ ପାକିସ୍ତାନ ଭଳି ମିତ୍ର ଦେଶଙ୍କ ନିମନ୍ତେ ଖୋଲା ରହିଛି।