ଓଡ଼ିଆ ନ୍ୟୁଜ୍: ଝାରସୁଗୁଡ଼ାରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବାୟୁସେନା ବିମାନ ଯୋଗେ ଝାରସୁଗୁଡ଼ାରେ ପହଞ୍ଚିଲେ।ଏୟାରପୋର୍ଟରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସ୍ୱାଗତ।ସ୍ୱତନ୍ତ୍ର ହେଲିକପ୍ଟରରେ ରାଉରକେଲା ଯିବେ ରାଷ୍ଟ୍ରପତି।ବାୟୁସେନାର ହେଲିକପ୍ଟରରେ ରାଉରକେଲା ବିମାନ ବନ୍ଦରରେ ୧୧ଟା ୧୦ରେ ପହଞ୍ଚିବେ। ବିମାନ ବନ୍ଦରରୁ ସିଧାସଳଖ ସେକ୍ଟର-୧୩ ପଡ଼ିଆରେ ଆୟୋଜିତ ସମାବେଶ ସ୍ଥଳକୁ ଯିବେ। ସାଢ଼େ ୧୧ଟା ସୁଦ୍ଧା ସେଠାରେ ପହଞ୍ଚି ଜନସାଧାରଣଙ୍କୁ ଉଦବୋଧନ ଦେବେ । ସକାଳ ୧୧ଟା ୪୦ରୁ ମଧ୍ୟାହ୍ନ ୧୨ଟା ୪୦ ପର୍ଯ୍ୟନ୍ତ ସଭା ସ୍ଥଳରେ ଉପସ୍ଥିତ ରହିବେ। ଆଇସିସିସି ବିଲଡିଂ, ସାଇନ୍ସ ପାର୍କ ଆଣ୍ଡ ପ୍ଲାନେଟାରିୟମ୍ ଉଦ୍ ଘାଟନ କରିବେ ।
ସେହିପରି ମଧ୍ୟାହ୍ନ ୧୨ଟା ୪୦ରେ ସଭାସ୍ଥଳରୁ ବାହାରି ୧୨ଟା ୫୫ରେ ରାଉରକେଲା ୱାନ୍ ପରିସରକୁ ଆସି ଜନଜାତି ସଂଗ୍ରହାଳୟ ଉଦ୍ ଘାଟନ କରିବେ । ସେଠାରୁ ୧ଟା ୨୫ରେ ବାହାରି ସର୍କିଟ୍ ହାଉସ୍ ଯିବେ । ମଧ୍ୟାହ୍ନ ଭୋଜନ ପରେ ରାଷ୍ଟ୍ରପତି ଅପରାହ୍ନ ସାଢ଼େ ୩ଟାରୁ ପ୍ରାୟ ୧୦ ମିନିଟ୍ ସୀମିତ ସଂଖ୍ୟକ ପ୍ରତିନିଧିଙ୍କ ସହ ଆଲୋଚନା କରିବେ।