ସିଜିମାଳିକୁ ନୂଆ ରେଳ ଲାଇନ ସଂଯୋଗ

0

ଓଡ଼ିଆ ନ୍ୟୁଜ୍: ରାଜ୍ୟରେ ଏକ ନୂଆ ବ୍ରଡ ଗଜ ରେଳ ଲାଇନ୍‌କୁ ସ୍ବତନ୍ତ୍ର ରେଳ ପ୍ରକଳ୍ପ ମାନ୍ୟତା।ଟିକିରିରୁ ସିଜିମାଳି ବକ୍ସାଇଟ ଖଣି ପର୍ଯ୍ୟନ୍ତ ସଂଯୋଗ ହେବ ନୂଆ ଲାଇନ୍‌।ପୂର୍ବତଟ ରେଳପଥର ୱାଲଟିୟର ଡିଭିଜନ ଅଧୀନରେ ନୂଆ ଲାଇନ ସଂଯୋଗ।ସିଜିମାଳି ଖଣି ପାଇଁ ସ୍ୱତନ୍ତ୍ର ରେଳ ଲାଇନକୁ ମଞ୍ଜୁରୀ । ବେଦାନ୍ତର ସିଜିମାଳି ପ୍ରକଳ୍ପ ପାଇଁ ସ୍ୱତନ୍ତ୍ର ରେଳ ଲାଇନ ଘୋଷଣା । ସିଜିମାଳି ବକ୍ସାଇଟ୍ ଖଣି ପାଇଁ କେନ୍ଦ୍ର ସରକାର ଏକ ସ୍ୱତନ୍ତ୍ର ରେଳ ଲାଇନ ନିର୍ମାଣ ନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଏହି ଅଞ୍ଚଳରେ ଖଣିଜ ପଦାର୍ଥ ପରିବହନକୁ ସୁଦୃଢ଼ କରିବା ଏବଂ ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ଆଣିବା ଏହି ପ୍ରକଳ୍ପର ମୁଖ୍ୟ ଲକ୍ଷ୍ୟ ।

ରାୟଗଡ଼ାର କାଶୀପୁର ବ୍ଲକରେ ଥିବା ସିଜିମାଳି ବକ୍ସାଇଟ୍ ଖଣିକୁ ନେଇ ଉତ୍ତେଜନା ଲାଗିରହିଛି । ଖଣି ପାଇଁ ଉଦ୍ଦିଷ୍ଟ ୩ କିଲୋମିଟର ରାସ୍ତା ନିର୍ମାଣକୁ ଆଦିବାସୀ ବିରୋଧ କରୁଛନ୍ତି । ଏହାକୁ ନେଇ ପୋଲିସ ଓ ସ୍ଥାନୀୟ ଆଦିବାସୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲେ । ୬୦ରୁ ୭୦ ଜଣ ଆହତ ହୋଇଥିଲେ । ଦୁଇଟି ଗାଁ କଣ୍ଟାମାଳ ଓ ଶାଗବାରିରେ ୧୬୩ ଧାରା ଲାଗୁ ହୋଇଥିଲା ।

Leave A Reply

Your email address will not be published.