ସୁଧୀର ପାତ୍ର ହତ୍ୟା: ଝିଆରୀ ମୁଖ୍ୟ ଅଭିଯୁକ୍ତ

0

ଓଡ଼ିଆ ନ୍ୟୁଜ୍: ଗୋପାଳପୁର ଜମି ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ଘଟଣାର ପର୍ଦ୍ଦାଫାସ୍‌। ହତ୍ୟା ଘଟଣା ପଛରେ ପରିବାର ଲୋକଙ୍କ ସମ୍ପୃକ୍ତି ରହିଛି। ସମ୍ପତ୍ତିକୁ ନେଇ ପରିବାର ମଧ୍ୟ ବିବାଦ ଥିବା ଜଣାପଡ଼ିଛି। କିଛିଦିନ ପୂର୍ବରୁ ସୁଧୀଙ୍କ ବଡ଼ ଭାଇଙ୍କର ମୃତ୍ୟୁ ହୋଇଥିଲା। ବଡ଼ ଭାଇଙ୍କର ମୃତ୍ୟୁ ପରେ ତାଙ୍କ ପରିବାର ସନ୍ଦେହ ଚକ୍ଷୁରେ ଦେଖୁଥିଲେ। ମୋଟ ୯ ଜଣଙ୍କୁ ଗିରଫ କରାଯାଇଛି କହିଲେ ଏସ୍‌ପି। ଝିଆରୀ ନିବେଦିତା ପାତ୍ରଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଇଲେ ଏସ୍‌ପି। ନିବେଦିତା ପାତ୍ରଙ୍କ ବୟଫ୍ରେଣ୍ଡ୍‌ କାଳୁ ପ୍ରଧାନ ମିଶି ଷଡ଼ଯନ୍ତ୍ର କରିଥିଲେ।ନିବେଦିତାଙ୍କ ଭାଇ ତୁଷାର ପାତ୍ର ମଧ୍ୟ ଷଡ଼ଯନ୍ତ୍ରରେ ସାମିଲ। ନିବେଦିତା-ତୁଷାର-କାଳୁ ମିଶି ଦାଦାଙ୍କଠୁ ଟଙ୍କା ପାଇଁ ଷଡ଼ଯନ୍ତ୍ର କରିଥିଲେ।

ଅନ୍ୟ ଅଭିଯୁକ୍ତମାନେ ହେଲେ ଜିତୁନ ପଲାଇ, ନାରାୟଣ ପ୍ରଧାନ।ଆଶିଷ ମହାପାତ୍ର, ଶୁଭମ ନାୟକ, ଶୁଭମ ଗୌଡ଼, ସୂର୍ଯ୍ୟ ପ୍ରତାପ ସିଂ। ଅପହରଣ କରି ପିଟି ପିଟି ମାରିବା ପରେ ଫିଙ୍ଗି ଦେଇଥିଲେ। ପିଟି ପିଟି ମାରିଛନ୍ତି, ଧମକାଇବାକୁ ବନ୍ଧୁକ ବ୍ୟବହାର କରିଛନ୍ତି। ହତ୍ୟାକାଣ୍ଡ ପାଇଁ ଆର୍ଥିକ କାରବାର ମଧ୍ୟ ହୋଇଛି। ଏହି ଘଟଣା ପଛରେ ଆଉ କେଉଁମାନଙ୍କ ସମ୍ପୃକ୍ତି ତଦନ୍ତ ଜାରି ରହିଛି। ନାରାୟଣ ପ୍ରଧାନ ନାଁରେ ଡବଲ ମର୍ଡର ମାମଲା ରହିଛି। ଜିତୁନ ପଲାଇ ନାଁରେ ଏନ୍‌ଡିପିଏସ୍‌ ଓ ଦୁଷ୍କର୍ମ ମାମଲା ରହିଛି। ସୂର୍ଯ୍ୟ ପ୍ରତାପ ନାଁରେ ମଧ୍ୟ ପୂର୍ବରୁ ୪ରୁ ୫ ମାମଲା ରହିଛି।

Leave A Reply

Your email address will not be published.