ବାଇକ୍‌କୁ ଧକ୍କା ଦେଲା ଆମ ବସ୍

0

ଓଡ଼ିଆ ନ୍ୟୁଜ୍: କ୍ୟାଣ୍ଟନମେଣ୍ଟ ରୋଡ୍‌ରେ ବାଇକ୍‌କୁ ଧକ୍କା ଦେଲା ‘ଆମ ବସ୍’। ଦୁର୍ଘଟଣାରେ ବାଇକ୍‌ ଆରୋହୀ ଓ ଅନ୍ୟ ଜଣେ ମହିଳା ଗୁରୁତର। ୨ ଗୁରୁତର ଏସ୍‌ସିବି ମେଡିକାଲ୍‌ରେ ଭର୍ତ୍ତି, ଘଟଣାସ୍ଥଳରେ ଉତ୍ତେଜନା।ମୁଖ୍ୟ ବିଚାରପତିଙ୍କ ଘର ନିକଟରେ ସ୍ୱାମୀ ଓ ସ୍ତ୍ରୀ ବାଇକ୍ ରେ ଠିଆ ହୋଇଥିବା ବେଳେ ୮୧ ନମ୍ବର୍ ଆମ ବସ୍ ତାଙ୍କୁ ପଛ ପଟୁ ଧକ୍କା ଦେଇଥିଲା । ଯାହାଫଳରେ ଉଭୟ ଛିଟକି ପଡ଼ିଥିଲେ । ଏହି ସମୟରେ ସ୍ଥାନୀୟ ଲୋକେ ପହଞ୍ଚି ଆମ ବସ୍ ଡ୍ରାଇଭରକୁ ଧରି ନିଧୁମ୍ ଛେଚିଥିଲେ ।

ଏହା ସହ ସ୍ୱାମୀ ସ୍ତ୍ରୀଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି । ଦୁର୍ଘଟଣା ପରେ ଏହି ଅଞ୍ଚଳରେ କିଛି ସମୟ ଉତ୍ତେଜନା ଦେଖା ଦେଇଥିଲା । ସେପଟେ କ୍ୟାଣ୍ଟନ ମେଣ୍ଟ ଥାନା ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣକୁ ଆଣିବା ସହ ଦୁର୍ଘଟଣା ଘଟାଇଥିବା ଆମ ବସ୍ ଡ୍ରାଇଭରକୁ ଅଟକ ରଖିଛି ।

Leave A Reply

Your email address will not be published.