କେଜରିୱାଲ ଦୁର୍ନୀତିଗ୍ରସ୍ତ: ମାଲିୱାଲ୍‌

0

ଓଡ଼ିଆ ନ୍ୟୁଜ୍: ଆପ୍‌ ଛାଡ଼ିବା ପରେ କେଜରିୱାଲ୍‌ଙ୍କ ଉପରେ ବର୍ଷିଲେ ସ୍ୱାତୀ ମାଲିୱାଲ। ‘ଆଜି ପର୍ଯ୍ୟନ୍ତ କୌଣସି ଭଲ ଲୋକ କେଜରିୱାଲଙ୍କ ସହିତ ରହି ନାହାନ୍ତି’। ‘ସେ ନିଜେ ଦୁର୍ନୀତିରେ ଜଡ଼ିତ, ଅନ୍ୟ କାହାକୁ ଆରୋପ କରୁଛନ୍ତି କିପରି’।ଦୁଇ ବର୍ଷ ପୂର୍ବେ ମୋ ସହିତ ଯାହା ଘଟିଥିଲା, ତାହା ସାରା ଦେଶ ଜାଣେ।ଏହା ଯୋଗୁଁ ସେମାନେ ଦିଲ୍ଲୀ ବିଧାନସଭା ନିର୍ବାଚନ ହାରିଲେ।

ଦିଲ୍ଲୀବାସୀ ମହିଳାଙ୍କ ପ୍ରତି ଅସମ୍ମାନକୁ କଦାପି ସହ୍ୟ କରିବେ ନାହିଁ।‘କେହି ଅରବିନ୍ଦ କେଜରିୱାଲଙ୍କ ସହିତ କାମ କରିବାକୁ ଚାହୁଁ ନାହାନ୍ତି’।ଏବେ ପଞ୍ଜାବରେ ପ୍ରବେଶ କରି ସରକାରକୁ ରିମୋଟ୍ କଣ୍ଟ୍ରୋଲରେ ଚଳାଉଛନ୍ତି। ପଞ୍ଜାବରେ ବାଲି, ଖଣି, ମାଦକଦ୍ରବ୍ୟର କାରବାର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି।ଯେଉଁ ନେତା ସେମାନଙ୍କ ବିରୋଧରେ କହୁଛି, ସେମାନଙ୍କ ନାଁରେ FIR। ଅରବିନ୍ଦ କେଜରିୱାଲ ଦୁର୍ନୀତି ଏବଂ ଗୁଣ୍ଡାଗର୍ଦ୍ଦି ପାଇଁ ପରିଚିତ।

Leave A Reply

Your email address will not be published.