ଓଡ଼ିଆ ନ୍ୟୁଜ୍: ଭଦ୍ରକରେ ଭୁଶୁଡୁଛି ବିଜେଡି ଗଡ଼; ଆଜି ଇସ୍ତଫା ଦେବେ ମଣ୍ଡଳ ଦମ୍ପତି। ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ ଓ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଦେବେ ଇସ୍ତଫା। ପୂର୍ବତନ ଜିଲ୍ଲା ସଭାପତି ଜଗନ୍ନାଥ ସାହୁ, ବିଜେଡି ନେତା ଶଶି ସାହୁ ଦେବେ ଇସ୍ତଫା। ସିମୁଳିଆ ବିଧାୟିକା ପ୍ରାର୍ଥିନୀ ସୁବାସିନୀ ସାହୁ ମଧ୍ୟ ଛାଡ଼ିବେ ଦଳ। ଅନେକ ସରପଞ୍ଚ ଓ ସମିତି ସଭ୍ୟଙ୍କ ସମେତ ୫୦୦ରୁ ଊର୍ଦ୍ଧ୍ୱ କର୍ମୀ ଇସ୍ତଫା ଦେବେ। ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ନିଲମ୍ବିତ ହୋଇଥିଲେ ମଣ୍ଡଳ ଦମ୍ପତି।
ତେବେ ସେତେବେଳେ ନିଲମ୍ବର କାରଣ ଜାଣିନଥିବା କହିଥିଲେ ମୁକ୍ତିକାନ୍ତ ମଣ୍ଡଳ । ସେ ଦିନେ ନବୀନ ପଟ୍ଟନାୟକଙ୍କ ଆଦର୍ଶନ ଥିଲେ ବୋଲି ମଧ୍ୟ କହିଥିଲେ । ମଣ୍ଡଳ ଦମ୍ପତିଙ୍କ ସହ ବିଜୁ ଜନତା ଦଳର ନେତୃତ୍ୱ, ବିଭିନ୍ନ ପଦାଧିକାରୀ, ସମବାୟ ପ୍ରତିନଧି ମଧ୍ୟ ବିଜେଡି ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି । ଭଦ୍ରକ ସଂସଦୀୟ କ୍ଷେତ୍ରର ଅନେକ ନେତା ମଧ୍ୟ ଏହି ସାମୁହିକ ଇସ୍ତଫା କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ମଣ୍ଡଳ ଦମ୍ପତିଙ୍କ ସହ ଭଦ୍ରକ ସାଂସଦୀୟ କ୍ଷେତ୍ର ଅଧିନ ସୁବାସିନୀ ସାହୁ, ବିଜେଡି ନେତା ଶଶି ସାହୁ ମଧ୍ୟ ସାମିଲ ହୋଇଛନ୍ତି । ଭଦ୍ରକ ବିଜେଡିର ପୂର୍ବତନ ଜିଲ୍ଲା ସଭାପତି ମଧ୍ୟ ଇସ୍ତଫା ଦେଇଛନ୍ତି ।