ଇସ୍କନର ପୁଣି ମନାମାନୀ, ହ୍ୟୁଷ୍ଟନ ସହରରେ ଅଦିନିଆ ରଥଯାତ୍ରା

0

ଓଡ଼ିଆ ନ୍ୟୁଜ୍:ଇସ୍କନର ପୁଣି ମନମାନି। ପୁଣି ଆମେରିକାର ହ୍ୟୁଷ୍ଟନ ସହରରେ ଅଦିନିଆ ରଥଯାତ୍ରା। ଏପ୍ରିଲ ୧୧ ତାରିଖରେ ଇସ୍କନ ପକ୍ଷରୁ ଅଦିନିଆ ରଥଯାତ୍ରା। ବାରଣ ସତ୍ତ୍ବେ ଅଦିନିଆ ରଥଯାତ୍ରାକୁ ନେଇ ଶ୍ରଦ୍ଧାଳୁଙ୍କ ଚିନ୍ତାପ୍ରକଟ।ମହାପ୍ରଭୁଙ୍କ ବେଶକୁ କଦର୍ଥ କରାଯିବା ଦୃଶ୍ୟକୁ ନେଇ ଶ୍ରଦ୍ଧାଳୁ କ୍ଷୁବ୍ଧବିଦେଶରେ ଏକାଧିକ ସ୍ଥାନରେ କରିଛି ଅଦିନିଆ ରଥଯାତ୍ରା। ଗଜପତି ମହାରାଜଙ୍କ ବାରମ୍ବାର ଚିଠି ପରେ ବି ଇସ୍କନ ମାନୁନି କି , ଖାତିର୍ ବି କରୁନି। ଏପ୍ରିଲ ୧୧ରେ ହ୍ୟୁଷ୍ଟନରେ ରଥଯାତ୍ରା ଆୟୋଜନ କରିଥିଲା। ଟେକ୍ସାସ୍ ଓ ବ୍ରିସବେନ୍ର ମଧ୍ୟ ରଥଯାତ୍ରା କରିଛି। ଶୋଭାଯାତ୍ରାରେ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରଦର୍ଶିତ ଏକ କଳାକୃତିରେ ହାତ ପାପୁଲି ଓ ଆଙ୍ଗୁଠି କରାଯାଇଥିବା ଦେଖିବାକୁ ମିଳିଛି। ଯାହାକି କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ କ୍ଷୁବ୍ଧ କରିଛି।

ଜଗନ୍ନାଥ ସଂସ୍କୃତି ଅନୁଯାୟୀ, ମହାପ୍ରଭୁଙ୍କର ପାପୁଲି ବା ଆଙ୍ଗୁଠି ନାହିଁ। ସେ ତ ଅଧା ଗଢା ଠାକୁର। ମାତ୍ର ଇସ୍କନ ବିଦେଶରେ ଜଗନ୍ନାଥଙ୍କ ଭିନ୍ନ ଚିତ୍ର ପ୍ରଦର୍ଶନ କରୁଛି। ଯାହାକି ଶାସ୍ତ୍ର ବିରୋଧୀ। ଏହା କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଭାବନାକୁ ଆଘାତ ଦେଇଛି। ତେବେ ଏନେଇ ଇସ୍କନ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି।

Leave A Reply

Your email address will not be published.