ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୧୩୩ ତମ ‘ମନ୍ କି ବାତ୍‌’

0

ଓଡ଼ିଆ ନ୍ୟୁଜ୍:୧୩୩ ତମ ‘ମନ୍ କି ବାତ୍‌’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ୱୋଧନ। ଭାରତ ସବୁବେଳେ ବିଜ୍ଞାନକୁ ପ୍ରଗତି ସହ ଯୋଡ଼ି ଆଗେଉଛି।’ବୈଜ୍ଞାନିକମାନେ ମହାକାଶ କାର୍ଯ୍ୟକ୍ରମକୁ ଆଗକୁ ନେଉଛନ୍ତି’। ‘ବୈଜ୍ଞାନିକଙ୍କ କାର୍ଯ୍ୟ ରାଷ୍ଟ୍ରକୁ ଆଗକୁ ନେବାରେ ବେଶ୍‌ ସହାୟକ’। ‘ପରମାଣୁ କାର୍ଯ୍ୟକ୍ରମ ଦ୍ୱାରା ଭାରତକୁ ନୂଆ ଶକ୍ତି ମିଳିଛି’। ବୁଦ୍ଧ ପୂର୍ଣ୍ଣିମାର ଆଗୁଆ ଶୁଭେଚ୍ଛା ଜଣାଇଲେ ମୋଦି। ଦେଶରେ ରୋଜଗାରର ନୂଆ ନୂଆ ରାସ୍ତା ଖୋଲୁଛି। ବାଉଁଶ ଏବେ ଶିଳ୍ପରେ ପରିଣତ ହୋଇସାରିଛି।ବାଉଁଶ ସାମଗ୍ରୀ କିଣି ଉପହାର ଦେବାକୁ ଅନୁରୋଧ। ସୌର ଓ ପବନ ଶକ୍ତିର ଉପଯୋଗ ନେଇ ଗୁରୁତ୍ୱ ବଢିଛି। ଆଜି ବିଶ୍ୱରେ ଉତ୍ତେଜନା ଲାଗି ରହିଛି: ମୋଦି। ଜନ ଗଣନାରେ ସହଯୋଗ କରିବାକୁ ମୋଦିଙ୍କ ଆହ୍ୱାନ।

ସେ ଆହୁରି କହିଛନ୍ତି ଯେ, କିଛିଦିନ ପରେ ଦେଶ ବୁଦ୍ଧ ପୂର୍ଣ୍ଣିମା ପାଳନ କରିବ । ଏଥିପାଇଁ ସମସ୍ତ ଦେଶବାସୀଙ୍କୁ ଶୁଭକାମନା । ଭଗବାନ ବୁଦ୍ଧଙ୍କ ସନ୍ଦେଶ ସଦାବେଳେ ପ୍ରାସଙ୍ଗିକତା ବହନ କରିଥାଏ । ଭାରତ ବିଜ୍ଞାନକୁ ସର୍ବଦା ଦେଶର ପ୍ରଗତିରେ ବ୍ୟବହାର କରି ଆସିଛି । ଦେଶର ବୈଜ୍ଞାନିକ ସିଭିଲ୍ ନ୍ୟୁକ୍ଲିଅର୍ ପ୍ରୋଗ୍ରାମକୁ ଆଗକୁ ବଢାଉଛନ୍ତି । ଯାହା ରାଷ୍ଟ୍ର ନିର୍ମାଣରେ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଦେବ । କୃଷକଙ୍କଠୁ ଆରମ୍ଭ କରି ଉଦ୍ୟୋଗୀ ପର୍ଯ୍ୟନ୍ତ ସମସ୍ତଙ୍କୁ ନ୍ୟୁକ୍ଲିଅର୍ ପ୍ରୋଗ୍ରାମ ସାହାଯ୍ୟ କରିବ ବୋଲି ପିଏମ୍ ପ୍ରକାଶ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତର ବୈଜ୍ଞାନିକମାନେ ଦେଶକୁ ଗୌରବାନ୍ୱିତ କରିଛନ୍ତି । ସେମାନେ ଏକ ବଡ ଉପଲବ୍ଧି ହାସଲ କରିଛନ୍ତି । ତାମିଲନାଡୁର କଳ୍ପକ୍କମରେ ପ୍ରଥମ ବ୍ରିଡର୍ ରିଆକ୍ଟର କାର୍ଯ୍ୟକ୍ଷମ ହେବା ଆରମ୍ଭ କରିଛି । ଏହା ଏକ ଐତିହାସିକ ମାଇଲଷ୍ଟୋନ୍ ଅଟେ । ଭାରତର ନ୍ୟୁକ୍ଲିଅର୍ ଯାତ୍ରାରେ ଏହାର ଅବଦାନ ଅଧିକ । ସବୁଠାରୁ ବଡ କଥା ହେଲା ଯେ ଏହା ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଛି।

Leave A Reply

Your email address will not be published.