ଓଡ଼ିଆ ନ୍ୟୁଜ୍: ମତ୍ସ୍ୟଜୀବୀଙ୍କୁ ଟାଣି ନେଲା କୁମ୍ଭୀର। ଚୌମୁହାଣୀ ନିକଟ ମହାନଦୀରେ ମାଛ ଧରୁଥିବା ବେଳେ ଅଘଟଣ।ମତ୍ସ୍ୟଜୀବୀଙ୍କ ନାଁ ମହେନ୍ଦ୍ର ସେଠୀ ବୋଲି ଜଣାପଡ଼ିଛି। ଭୋର ସମୟରେ ମାଛ ଧରିବାକୁ ଯାଇଥିଲେ ମତ୍ସ୍ୟଜୀବୀ। କୁଜଙ୍ଗ ଅଗ୍ନିଶମବାହିନୀ ପକ୍ଷରୁ ଖୋଜାଖୋଜି ଜାରି। ସ୍ଥାନୀୟ ଅଞ୍ଚଳରେ ଆତଙ୍କ, ଲୋକେ ଭୟଭୀତ।
ଖବର ଅନୁଯାୟୀ, ମହେନ୍ଦ୍ର ଏବଂ ଅନ୍ୟ ଜଣେ ବ୍ୟକ୍ତି ନଦୀରେ ପଶି ଜାଲ ଟାଣୁଥିଲେ। ହଠାତ୍ ମହେନ୍ଦ୍ର ପାଣିରେ ବୁଡ଼ି ନିଖୋଜ ହୋଇ ଯାଇଥିଲେ। ଏହାପରେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । କୁଜଙ୍ଗରୁ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲା। ଜାଲ ଟାଣି ମାଛ ଧରୁଥିବା ବେଳେ ଯୁବକ ଜଣକ ପାଣିରେ ବୁଡ଼ି ଯାଇ ମୃତ୍ୟୁବରଣ କରିଛନ୍ତି। ମୃତ ବ୍ୟକ୍ତି ପାରାଦୀପ ଗଡ ଗାଁର ମହେନ୍ଦ୍ର ସେଠି ବୋଲି ଜଣାପଡ଼ିଛି।