ରାଜଧାନୀରେ ଚାଞ୍ଚଲ୍ୟ। ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ଡବଲ ମର୍ଡର ଘଟଣା ସାମ୍ନାକୁ ଆସିଛ।ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ କଲୋନିର ଶିବ ମନ୍ଦିର ନିକଟରେ ଥିବା ଏକ ଘର ଭିତରୁ ଦୁଇଜଣ ମହିଳାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ତେବେ ୨ ଜଣଙ୍କୁ ହତ୍ୟା କରାଯାଇଥିବା ପୋଲିସ ସୂଚନା ଦେଇଛି। ମିଳିଥିବା ସୂଚନା ଅନୁଯାୟୀ, ହତ୍ୟାକାଣ୍ଡ ପରେ ମୃତ ଦେହକୁ ୩ ଦିନ ଧରି ଘରେ ଲୁଚାଇ ରଖିଥିବା ସନ୍ଦେହ କରୁଛି ପୋଲିସ ।ଜଣେ ବ୍ୟକ୍ତି ସ୍ତ୍ରୀ ଓ ଶାଳୀକୁ ଏକ ଧାରୁଆ ଅସ୍ତ୍ରରେ ହାଣି ବିଭତ୍ସ ହତ୍ୟା କରିଥିବା କହିଛି ପୋଲିସ ।ଅଭିଯୁକ୍ତ ଜଣକ ହେଲେ ବିଜୟ କେତନ ସେଠୀ। ଆଜି ଘଟଣା ସ୍ଥଳରୁ ଅଭିଯୁକ୍ତ ବିଜୟ ଫେରାର ହେଉଥିବା ସମୟରେ ଶାଶୁ ଶ୍ବଶୁର ତାକୁ କାବୁ କରି ପୋଲିସକୁ ଦେଇଥିଲେ ।
ବିଜୟ ତିନି ଦିନ ତଳୁ ସ୍ତ୍ରୀ ଓ ଶାଳୀଙ୍କୁ ହତ୍ୟା କରି ଘରେ ଲୁଚାଇ ରଖିଥିଲା। ଆଜି ସକାଳେ ଘର ଭିତରୁ ପଚା ଗନ୍ଧ ବାହାରିବା ପରେ ପଡ଼ୋଶୀମାନେ ସନ୍ଦେହ କରିଥିଲେ। ସେମାନେ ଚନ୍ଦ୍ରଶେଖରପୁର ଥାନା ପୁଲିସକୁ ଖବର ଦେଇଥିଲେ। ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି କି ଦୀର୍ଘ ଦିନ ହେବ ଉଭୟ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗି ରହିଥିଲା । ହତ୍ୟାର କାରଣ ତାହା ହୋଇଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି । ପୋଲିସ ମୃୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛିି। ଅଭିଯୁକ୍ତ ବିଜୟକୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାଯାଇଛି। ଏନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।