ଆକାଶରୁ ନିଆଁ ବର୍ଷା ହେଉଛି, ୨୫ରୁ ୩ ଦିନ ପାଇଁ କିଛି ଜିଲ୍ଲାକୁ ଜାରି ହୋଇଛି ହିଟେଓ୍ଵଭ୍‌ ଓ୍ଵାର୍ଣ୍ଣିଂ

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ତତଲା କଡ଼େଇରେ ଭାଜି ହେଉଛି ଓଡ଼ିଶା । ଉପରମୁହାଁ ପାରଦ । ଆକାଶରୁ ନିଆଁ ବର୍ଷା ହେଉଛି । ଜଳୁଛି ପଶ୍ଚିମରୁ ଉପକୂଳ । ଅସମ୍ଭାଳ ତାତି । ବାହାରକୁ ବାହାରିଲେ ମୁହଁ ହାତ ପୋଡ଼ି ଗଲା ଭଳି ଲାଗୁଛି । ସକାଳ ୯ଟାରୁ ଅସହ୍ୟ ଅବସ୍ଥା । ଘରେ କି ବାହାରେ ଘଡ଼ିଏ ରହି ହେଉନି । ଆଗକୁ ଆହୁରି ତାତିବ ଓଡ଼ିଶା । ଆଗାମୀ ୩ ଦିନରେ ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନ ତାପମାତ୍ରା ୩ରୁ ୫ ଡିଗ୍ରୀ ସେଲସିୟସ୍‌ ଯାଏ ବଢ଼ିପାରେ । ଏନେଇ ସତର୍କ କରାଇଛି ପାଣିପାଗ ବିଭାଗ । ୨୫ରୁ ୩ ଦିନ ପାଇଁ କିଛି ଜିଲ୍ଲାକୁ ଜାରି ହୋଇଛି ହିଟେଓ୍ଵଭ୍‌ ଓ୍ଵାର୍ଣ୍ଣିଂ । ୨୫ ତାରିଖ ପାଇଁ ବଲାଙ୍ଗିର, ବୌଦ୍ଧ ଓ ସୋନପୁର ଜିଲ୍ଲାକୁ ଗ୍ରୀଷ୍ମପ୍ରବାହ ନେଇ ସତର୍କ ସୂଚନା ଜାରି ହୋଇଛି । ୨୬ ତାରିଖରେ ସୋନପୁର, ବୌଦ୍ଧ, ବଲାଙ୍ଗିର ଓ ମୟୂରଭଞ୍ଜ ଏବଂ ୨୭ରେ ବଲାଙ୍ଗିର, ବୌଦ୍ଧ, ସୋନପୁର ଓ କଳାହାଣ୍ଡିକୁ ଜାରି ହୋଇଛି ହିଟେଓ୍ଵଭ୍‌ ଓ୍ଵାର୍ଣ୍ଣିଂ ।

ଗତକାଲି ଭୁବନେଶ୍ୱରେ ୪୦.୮ ଡିଗ୍ରୀ ସେଲିସୟସ ରେକର୍ଡ କରାଯାଇଥିଲା । ଗତକାଲି ଭୁବନେଶ୍ୱରରେ ଚଳିତ ବର୍ଷର ସର୍ବୋଚ୍ଚ ତାପମାତ୍ରା ରେକର୍ଡ କରାଯାଇଥିଲା । ତେବେ ଗତକାଲିର ଏହି ରେକର୍ଡ ଆଜି ଭାଙ୍ଗିଛି ଭୁବନେଶ୍ୱର । କାରଣ ଆଜି ଦିନ ସାଢ଼େ ୧୧ ସୁଦ୍ଧା ରାଜଧାନୀର ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଅପରାହ୍ନ ୨ଟା ୩୦ ସୁଦ୍ଧା ୪୧.୨ ଡିଗ୍ରୀ ତାପମାତ୍ରା ସହ ରାଜଧାନୀ ପାଲଟିଲା ରାଜ୍ୟରେ ଉତ୍ତପ୍ତ ସହର।

Leave A Reply

Your email address will not be published.