ଟ୍ୱିନ୍‌ସିଟିରେ ବର୍ଷା ପବନ

0

ଓଡ଼ିଆ ନ୍ୟୁଜ୍: ଭୁବନେଶ୍ୱର ଓ କଟକରେ କାଳବୈଶାଖୀ ବର୍ଷା ସହ ପବନ। କଳାହାଣ୍ଡିଆ ମେଘ ସହ ହାଲୁକା ପବନ, ଘଡ଼ଘଡ଼ି ଓ ବର୍ଷା।ସନ୍ଧ୍ୟାରେ ହଠାତ ପାଗରେ ପରିବର୍ତ୍ତନ ହୋଇଥିଲା । ଆକାଶରେ କଳାହାଣ୍ଡିଆ ବାଦଲ ସହ ମାଡ଼ି ଆସିଲା ବର୍ଷା ପବନ । ଗତ କିଛି ଦିନ ଧରି ଗରମ ଓ ଗୁଳୁଗୁଳିରୁ ଲୋକଙ୍କୁ ଆଶ୍ବସ୍ତି ଦେଇଛି କାଳବୈଶାଖୀ ବର୍ଷା । କିଛି ଦିନ ପରେ ତାତିରେ ଲାଗିଲା ବ୍ରେକ୍। ରାଜ୍ୟର ଅଧିକାଂଶ ଜିଲ୍ଲାରେ କାଳବୈଶାଖୀ ତାଣ୍ଡବ। କମିଲା ଗରମ ଓ ଗୁଳୁଗୁଳି। ବର୍ଷା ସାଙ୍ଗକୁ ବିଜୁଳି ଘଡ଼ଘଡ଼ି ସହ ଝଟକା ପବନ ଅନୁଭୂତ ହେଉଛି।

ଆସନ୍ତା ୨ ଘଣ୍ଟା ପର୍ଯ୍ୟନ୍ତ ଭୁବନେଶ୍ୱର ଓ କଟକ ସହରରେ ପ୍ରବଳ ବର୍ଷା ସହ ବିଜୁଳି, ଘଡ଼ଘଡ଼ି ସହ କୁଆପଥର ପଡ଼ିବା ସମ୍ଭାବନା ରହିଛି। ସତର୍କ କରାଇଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ରହିବ। ଝଟକା ଦେଇ ୭୦ କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ବିଭିନ୍ନ ସ୍ଥାନରେ ରାସ୍ତାରେ ପାଣି । ବର୍ଷା ପରେ ଟ୍ରାଫିକ ଜାମ ଅବସ୍ଥା ।

Leave A Reply

Your email address will not be published.