ଓଡ଼ିଆ ନ୍ୟୁଜ୍: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ଙ୍କ ବିରୋଧରେ ସଙ୍ଗୀନ ଅଊିଯୋଗ। ମଦ ପିଇ ବିଧାନସଭା ଆସିଥିବା ଅଭିଯୋଗ କଲେ ବିରୋଧୀ। ସାଂସଦ ସ୍ବାତୀ ମାଲିୱାଲ ମାନ୍ଙ୍କ ଏକ ଭିଡିଓ ସେୟାର କରିବା ପରେ ବିବାଦ। ମୁଖ୍ୟମନ୍ତ୍ରୀ ମାନ୍ ବିଧାନସଭାକୁ ମଦ ପିଇ ଆସୁଥିବା ସ୍ବାତୀଙ୍କ ଅଭିଯୋଗ। ସ୍ବାତୀଙ୍କ ଅଭିଯୋଗ ପରେ ମାନ୍ଙ୍କୁ ବିରୋଧୀଙ୍କ ପ୍ରବଳ ବିରୋଧ।ମାନ୍ଙ୍କ ଆଲକହଲ୍ ଟେଷ୍ଟ ପାଇଁ ଦାବି କଲେ ବିରୋଧୀ କଂଗ୍ରେସ। ବିରୋଧୀ ଦଳ ନେତାଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କଲେ ବାଚସ୍ପତି।
ପ୍ରଥମେ ଜଣେ କଂଗ୍ରେସ ବିଧାୟକ ଏହି ଅଭିଯୋଗ ଆଣିଥିଲେ। ମୁଖ୍ୟମନ୍ତ୍ରୀ ମଦ୍ୟପାନ କରି ବିଧାନସଭାରେ ପହଞ୍ଚିଥିଲେ ବୋଲି ସେ ଅଭିଯୋଗ କରିବା ପରେ ବିବାଦ ଆରମ୍ଭ ହୋଇଥିଲା। ବିରୋଧୀ ଦଳ ନେତା ପ୍ରତାପ ସିଂହ ବାଜୱା ସମସ୍ତ ବିଧାୟକଙ୍କ ମଦ୍ୟପାନ ମିଟର ପରୀକ୍ଷା କରିବାକୁ ଦାବି କରି ଏହି ପ୍ରସଙ୍ଗକୁ ତୀବ୍ର କରିଥିଲେ। ସେ କହିଥିଲେ ଯେ “ରାଜ୍ୟମୁଖ୍ୟ”ଙ୍କ ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ଆସିଥିବାରୁ, ସତ୍ୟ ପ୍ରତିଷ୍ଠା ପାଇଁ ପ୍ରତ୍ୟେକ ବିଧାୟକଙ୍କ ପରୀକ୍ଷା କରାଯିବା ଉଚିତ।
ଶିରୋମଣି ଅକାଳୀ ଦଳ ମଧ୍ୟ ବିଧାନସଭାରୁ ଭିଡିଓ ଜାରି କରି ମୁଖ୍ୟମନ୍ତ୍ରୀଙ୍କ ଉପରେ ତୀକ୍ଷ୍ଣ ଆକ୍ରମଣ କରିଛି। ଶ୍ରମିକ ଦିବସରେ ମଦ୍ୟପାନ କରି ଭଗବନ୍ତ ମାନ ବିଧାନସଭାକୁ ଆସିବା “ଅତି ଲଜ୍ଜାଜନକ” ବୋଲି ଦଲ କହିଛି। ଏବଂ ଜନସାଧାରଣ ଗୃହରେ ମୁଖ୍ୟମନ୍ତ୍ରୀଙ୍କ ଆଚରଣକୁ ପର୍ଯ୍ୟବେକ୍ଷଣ କରନ୍ତୁ ବୋଲି ଦଳ ଅନୁରୋଧ କରିବା ସହିତ ମାନଙ୍କ ଆଚରଣକୁ କଡ଼ା ନିନ୍ଦା କରିଛି ଅକାଳୀ ଦଳ। ସତ ସାମ୍ନାକୁ ଆସିବା ଦରକାର। ତେଣୁ ଭଗବନ୍ତ ମାନଙ୍କର ଲୋକଙ୍କ ସାମ୍ନାରେ ଡୋପ୍ ଟେଷ୍ଟା କରାଯାଉ ବୋଲି ଅକାଳୀ ଦଳ ଦାବି କରିଛି।