ଓଡ଼ିଆ ନ୍ୟୁଜ୍: ପଶ୍ଚିମବଙ୍ଗର ୧୫ ବୁଥ୍ରେ ହେବ ରିପୋଲିଂ।କାଲି ସକାଳ ୭ରୁ ସଂଧ୍ୟା ୬ଟା ଯାଏଁ ହେବ ରିପୋଲିଂ। ଇଭିଏମ୍ ଟାମ୍ପରିଂ ଅଭିଯୋଗ ପରେ ECI ପକ୍ଷରୁ ନିଷ୍ପତ୍ତି।ମାଗ୍ରାହାଟ ପଶ୍ଚିମ ନିର୍ବାଚନମଣ୍ଡଳୀର ୧୧ ବୁଥ୍ରେ ହେବ ରିପୋଲିଂ।ଡାଇମଣ୍ଡ ହାର୍ବରର ୪ ବୁଥ୍ରେ ହେବ ପୁନଃ ମତଦାନ।
ଏହି ସାନି ମତଦାନ ଶନିବାର ସକାଳ ୭ଟାରୁ ଆରମ୍ଭ ହେବ। ସାନି ମତଦାନ ହେବାକୁ ଥିବା ବୁଥ ଗୁଡ଼ିକରେ ମତଦାନରେ ଘୋଟାଲା ହୋଇଥିବା ଅଭିଯୋଗ ହୋଇଥିଲା। ଏମିତିରେ ସ୍ବତନ୍ତ୍ର ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ସୁପାରିଶ ପରେ ନିର୍ବାଚନ ଆୟୋଗ ଏହି ଆଦେଶ ଦେଇଛନ୍ତି।ନିର୍ବାଚନ କମିଶନଙ୍କ ଆଦେଶ ଅନୁସାରେ, ଡାଇମଣ୍ଡ ହାର୍ବରର ୪ ବୁଥ ୧୧୭, ୧୭୯, ୧୯୪, ୨୪୩ରେ ଏବଂ ମଗରାହାଟ ଓ୍ବେଷ୍ଟରେ ବୁଥ ନମ୍ବର ୪୬, ୧୨୬, ୧୨୭, ୧୨୮, ୧୪୨, ୨୧୪, ୨୧୫, ୨୧୬, ୨୩୧ ଏବଂ ୨୩୨ରେ ଶନିବାର ସାନି ଭୋଟିଂ ହେବ।