ବଢିଲା ଶ୍ରମିକଙ୍କ ମଜୁରୀ

0

ଓଡ଼ିଆ ନ୍ୟୁଜ୍: ଶ୍ରମ ଦିବସରେ ଶ୍ରମିକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା। ବଢ଼ିଲା ଶ୍ରମିକଙ୍କ ମଜୁରୀ। ଶୁକ୍ରବାର ଅନ୍ତର୍ଜାତୀୟ ଶ୍ରମ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟର ବିଭିନ୍ନ ଶ୍ରେଣୀ ଶ୍ରମିକଙ୍କ ମଜୁରୀ ବୃଦ୍ଧି କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ, ଏଣିକି ରାଜ୍ୟ ଅଣକୁଶଳୀ ଶ୍ରମିକଙ୍କ ମଜୁରୀ ବୃଦ୍ଧି ହୋଇ ୪୭୨ ଟଙ୍କା ହୋଇଛି । ସେହିଭଳି କୁଶଳୀ ଶ୍ରମିକଙ୍କ ମଜୁରୀ ୫୭୨ ଟଙ୍କା ଏବଂ ଅତିକୁଶଳୀ ଶ୍ରମିକଙ୍କ ମଜୁରୀ ୬୬୨ ଟଙ୍କାକୁ ବୃଦ୍ଧି କରାଯାଇଛି। ଏହି ବର୍ଦ୍ଧିତ ମଜୁରୀ ଏପ୍ରିଲ ୧ରୁ ପିଛିଲା ଭାବେ ଲାଗୁ ହୋଇଛି।

Leave A Reply

Your email address will not be published.