ଆଜି ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ

0

ଓଡ଼ିଆ ନ୍ୟୁଜ୍: ଆଜି ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ । ଶନିବାର ଅପରାହ୍ନରେ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ । ଏଥର ମୋଟ ୫ ଲକ୍ଷ ୪୬ ହଜାର ୫୮୨ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଛନ୍ତି । ଅପରାହ୍ନ ୪ ଟାରେ ରେଜଲ୍ଟ ପୁସ୍ତିକା ଉନ୍ମୋଚିତ ହେବ। ସଂଧ୍ୟା ୫ ଟାରୁ ୬ ଟା ଭିତରେ ବୋର୍ଡ ୱେବସାଇଟରେ ଉପଲବ୍ଧ ହେବ ରେଜଲ୍ଟ | ପରୀକ୍ଷାର୍ଥୀ ମାନେ www.bseodisha.ac.in ଏବଂ www.bseodisha.nic.in ରେ ଲଗଇନ୍ କରି ଜାଣିପାରିବେ। ଏଥର ପ୍ରଥମ ଥର ଓଡ଼ିଆରେ ଲିଖିତ ମାଟ୍ରିକ୍ ସାର୍ଟିଫିକେଟ୍ ଓ ମାର୍କ ସିଟ୍ ପାଇବେ ଛାତ୍ରଛାତ୍ରୀ।

ତେବେ ଗତ ବର୍ଷ ମେ ମାସ ୨ ତାରିଖରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇଥିଲା ଏବଂ ପାସ ହାର ଥିଲା ୯୬. ୦୭ ପ୍ରତିଶତ। ଗତଥର ୨, ୬୪୪ଟି ସ୍କୁଲ ଶତ ପ୍ରତିଶତ ରେଜଲ୍ଟ କରିଥିଲେ ଏବଂ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କର ପାସ ହାର ଥିଲା ଅଧିକ। ସେହିଭଳି ଗତ ବର୍ଷ ଖୋର୍ଦ୍ଧା ଜିଲ୍ଲାରେ ପାସ ହାର ସର୍ବାଧିକ ଥିଲା ଏବଂ ତାଲିକାର ସବା ତଳେ ଥିଲା ନୂଆପଡ଼ା ଜିଲ୍ଲା । କିନ୍ତୁ ଶିକ୍ଷାବିତମାନଙ୍କ ମତରେ ଚଳିତ ବର୍ଷର ମାଟ୍ରିକ ପରୀକ୍ଷାରେ ପ୍ରଶ୍ନ ସରଳ ଥିଲା, ତେଣୁ ରେଜଲ୍ଟ ଭଲ ହେବ ବୋଲି ଆଶା କରାଯାଉଛି।

ତେବେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ନେଇ ଆସିଛି ବଡ଼ ଖବର । ଏଣିକି ଓଡ଼ିଆରେ ମିଳିବ ମାଟ୍ରିକ ସାର୍ଟିଫିକେଟ । ଚଳିତ ବର୍ଷ ପ୍ରଥମ କରି ଏହି ବ୍ୟବସ୍ଥା ଆରମ୍ଭ ହୋଇଥିବା ବେଳେ, ଓଡ଼ିଆ ସହ ଇଂରାଜୀ ଲେଖା ମଧ୍ୟ ପୂର୍ବ ଭଳି ରହିବ। ଅର୍ଥାତ ଉଭୟ ଓଡ଼ିଆ ଏବଂ ଇଂରାଜୀରେ ମିଳିବ ମାଟ୍ରିକ ସାର୍ଟିଫିକେଟ ଓ ମାର୍କସିଟ । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।

Leave A Reply

Your email address will not be published.