ସାଲିଆ ସାହିରେ ଜବରଦଖଲ ଉଚ୍ଛେଦ ଆରମ୍ଭ

0

ଓଡ଼ିଆ ନ୍ୟୁଜ୍: ସାଲିଆସାହିରେ ଆରମ୍ଭ ଉଚ୍ଛେଦ । ଭୁବନେଶ୍ବର ସାଲିଆ ସାହିରେ ୮୧ ଘର ଉଚ୍ଛେଦ। ପୂର୍ବ ନୋଟିସ ଅନୁଯାୟୀ ୮୧ ଘର ଉଚ୍ଛେଦ ହେଉଛି। ୧୫ ନମ୍ବର ୱାର୍ଡର ଏକାମ୍ର ଭିଲା ବେହେରା ବସ୍ତିର ୮୧ ଘର ଆଜି ଉଚ୍ଛେଦ ହେଉଛି। ଉଚ୍ଛେଦ ସ୍ଥାନରେ ବିଡିଏ ଜଏଣ୍ଟ କମିଶନର, ଡେପୁଟି କମିସନର ଉପସ୍ଥିତ ଅଛନ୍ତି। ବାମ ପାର୍ଶ୍ଵ ସମାନ୍ତରାଳ ରାସ୍ତା ପାଇଁ ଏହି ଉଚ୍ଛେଦ ହେଉଛି। ପୂର୍ବରୁ ୭୦ ପରିବାରଙ୍କୁ ବୁଦ୍ଧବିହାରରେ ଘର ଦିଆସରିଛି।

୨୦୦ ଫୁଟିଆ ରାସ୍ତା ପାଇଁ ବାଧକ ସାଜିଥିବା ଘରଗୁଡ଼ିକୁ ଆଜି ଭଙ୍ଗା ଯାଉଛି। ବିଏମସି ଏବଂ ବିଡିଏ ପକ୍ଷରୁ ମିଳିତ ଭାବେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଆଜି ଗୋଟିଏ ଦିନରେ ପ୍ରାୟ ୮୧ଟି ଘର ଭାଙ୍ଗିବାକୁ ଲକ୍ଷ୍ୟ ରଖିଛି ପ୍ରଶାସନ।ସୂଚନାଯୋଗ୍ୟ ଯେ, ପୂର୍ବରୁ ଏହି ଅଞ୍ଚଳରେ ୫୫୦ରୁ ଅଧିକ ଜବରଦଖଲ ହଟାଯାଇ ସାରିଛି। ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ଘଟଣାସ୍ଥଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ପୂର୍ତ୍ତମନ୍ତ୍ରୀଙ୍କ ସମୀକ୍ଷା ଅନୁଯାୟୀ, ଆସନ୍ତା ଏପ୍ରିଲ ୩୦ ତାରିଖ ସୁଦ୍ଧା ଏହି ରାସ୍ତାକୁ ସମ୍ପୂର୍ଣ୍ଣ ରୂପେ ଖୋଲିବା ପାଇଁ ନିର୍ଦ୍ଦେଶ ରହିଛି। ସେଥିପାଇଁ ଉଚ୍ଛେଦ ପ୍ରକ୍ରିୟାକୁ ଜୋରଦାର କରାଯାଇଛି।

Leave A Reply

Your email address will not be published.