ବନ୍ୟା ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ଅଛୁ: ସୁରେଶ ପୂଜାରୀ

0

ଓଡ଼ିଆ ନ୍ୟୁଜ୍: ସମ୍ଭାବ୍ୟ ବାତ୍ୟା ଆକଳନ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପ୍ରତିକ୍ରିୟା। ବାତ୍ୟା, ବନ୍ୟା ଏବଂ ହିଟ୍‌ ୱେଭ ପ୍ରବଣ ରାଜ୍ୟ ହେଉଛି ଓଡ଼ିଶା। ଏପ୍ରିଲ ମାସ ସନ୍ଧ୍ୟାରେ ଝଡ଼ ବି ହୁଏ, ମେ’ରେ ବାତ୍ୟା ହେବା ସମ୍ଭାବନା ଥାଏ। ବନ୍ୟା, ବାତ୍ୟା ଆସିଲେ ମୁକାବିଲା ଆମେ ପ୍ରସ୍ତୁତ ଅଛୁ- ସୁରେଶ ପୂଜାରୀ।ବାତ୍ୟା ଆକଳନ କରିଥିବା ଏଜେନ୍ସି ବିଶ୍ୱାସ ଯୋଗ୍ୟ ନହେଲେ ମଧ୍ୟ ଆମେ ପ୍ରସ୍ତୁତ। ମେ’ ଦ୍ୱିତୀୟ ସପ୍ତାହରେ ଲଘୁଚାପ ସମ୍ଭାବନା। ଲଘୁଚାପ ନେଇ ଗ୍ଲୋବାଲ ଫୋରକାଷ୍ଟ ସିଷ୍ଟମର ଆକଳନ। ୧୧ରୁ ୧୫ ତାରିଖ ମଧ୍ୟରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା। ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ।

ଏହା ଏଭଳିକି ସାଇକ୍ଲୋ ଜେନେସିସ୍ ଅର୍ଥାତ୍ ଅବପାତ କିମ୍ବା ଗଭୀର ଅବପାତର ସମ୍ଭାବନା ମଧ୍ୟ ରହିଛି | ତେଣୁ ପ୍ରି ମନସୁନର ଏହି ସିଷ୍ଟମ ଆହୁରି ତୀବ୍ର ହେବା ନେଇ ସମ୍ଭାବନା ରହିଛି। ସମ୍ଭାବ୍ୟ ବାତ୍ୟା ଆକଳନ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପ୍ରତିକ୍ରିୟା ଦେଇଛନ୍ତି। ବାତ୍ୟା ବନ୍ୟା ଆସିଲେ ଆମେ ପ୍ରସ୍ତୁତ ଅଛୁ ମନ୍ତ୍ରୀ କହିଛନ୍ତି। ଏଜେନ୍ସୀ ବିଶ୍ୱାସ ଯୋଗ୍ୟ ନହେଲେ ମଧ୍ୟ ଆମେ ପ୍ରସ୍ତୁତ।

ବାତ୍ୟା, ବନ୍ୟା ଏବଂ ହିଟ ୱେଭ ପ୍ରବଣ ରାଜ୍ୟ ଓଡ଼ିଶା। ଏପ୍ରିଲ ମାସରେ ମଧ୍ୟ ଝଡ଼ ପବନ ହୁଏ। ମେ ମାସରେ ବାତ୍ୟା ହେବା ସମ୍ଭାବନା ଥାଏ। ପୂର୍ବ ଅନୁମାନ ପାଣିପାଗ ବିଭାଗ କରିନାହିଁ। ଛୋଟ ବଡ଼ ଏଜେନ୍ସିର ଆକଳନ ଥାଏ। ଏଭଳି ସମ୍ଭାବନା ଆସିଲେ ଆମେ ପ୍ରସ୍ତୁତ। ବାତ୍ୟା ବନ୍ୟା ଆସିଲେ ଆମେ ପ୍ରସ୍ତୁତ ଅଛୁ। IMD ପକ୍ଷରୁ କଣ ତଥ୍ୟ ଆସିବ ଆମେ ଅପେକ୍ଷା କରୁଛୁ। ଏଜେନ୍ସୀ ବିଶ୍ୱାସ ଯୋଗ୍ୟ ନହେଲେ ମଧ୍ୟ ଆମେ ପ୍ରସ୍ତୁତ। ସଚେତନତା ସବୁଠୁ ବଡ଼ ବାର୍ତ୍ତା।

Leave A Reply

Your email address will not be published.