ଗଙ୍ଗୋତ୍ରୀରୁ ଗଙ୍ଗାସାଗର ସବୁଠି ପଦ୍ମ: ମୋଦି

0

ଓଡ଼ିଆ ନ୍ୟୁଜ୍: ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ। ଆଜିର ଦିନ ଐତିହାସିକ କହିଲେ ମୋଦି।ବର୍ଷ ବର୍ଷର ପରିଶ୍ରମ ସଫଳ ହୋଇଛି।ପ୍ରତିଟି ବିଜେପି କର୍ମୀଙ୍କ ଖୁସିରେ ମୁଁ ସାମିଲ୍। ଆଜିର ଦିନ ଅନେକ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ।ଗଣତନ୍ତ୍ର ଉପରେ ଲୋକଙ୍କ ଭରସା ଦର୍ଶାଉଛି। ଆଜି କେବଳ ଗଣତନ୍ତ୍ରର ବିଜୟ ହୋଇନି, ସମ୍ବିଧାନ ବି ଜିତିଛି। ପଶ୍ଚିମବଙ୍ଗରେ ୯୩ ପ୍ରତିଶତ ମତଦାନ ଐତିହାସିକ। ଏଥିରେ ବି ମହିଳାଙ୍କ ଭାଗିଦାରୀ ଅଧିକ- ମୋଦି। ଏଥିପାଇଁ ନିର୍ବାଚନ ଆୟୋଗଙ୍କୁ ଧନ୍ୟବାଦ ଜଣାଉଛି।

ଆପଣଙ୍କ ଅବଦାନ ସବୁ ଦିନ ପାଇଁ ମନେ ରହିବ। ବିହାର ରେଜଲ୍ଟ ବେଳେ କହିଥିଲି ଗଙ୍ଗା ଏବେ ବଙ୍ଗକୁ ପ୍ରବାହିତ ହେବ। ଗଙ୍ଗୋତ୍ରୀରୁ ଗଙ୍ଗାସାଗର ସବୁଠି ପଦ୍ମ ଫୁଟିଲା। ଗଙ୍ଗା ଉପକୂଳରେ ଥିବା ସବୁ ରାଜ୍ୟରେ ପଦ୍ମ ଫୁଟିଲା। ମା ଗଙ୍ଗାଙ୍କ ଆଶୀର୍ବାଦ ନିଶ୍ଚୟ ଆମ ଉପରେ ରହିଛି।ଗଙ୍ଗା ସହ ବ୍ରହ୍ମପୁତ୍ରଙ୍କ ଆଶୀର୍ବାଦ ବି ମିଳିଛି। ଆସାମରେ ବିଜେପିକୁ ତୃତୀୟ ଥର ସମର୍ଥନ ମିଳିଛି।

Leave A Reply

Your email address will not be published.