ବହିଷ୍କାର କରନ୍ତୁ, ଇସ୍ତଫା ଦେବିନି: ମମତା ବାନାର୍ଜୀ

0

ଓଡ଼ିଆ ନ୍ୟୁଜ୍: TMC ବିଧାୟକ ଦଳ ବୈଠକରେ ଗର୍ଜିଲେ ପରାଜିତ ମମତା ବାନାର୍ଜୀ। ଯେଉଁମାନେ ହାରିଛନ୍ତି, ସେମାନଙ୍କୁ ବଳପୂର୍ବକ ହରାଇ ଦିଆଯାଇଛି। ମୁଁ ହାରିନି, ଇସ୍ତଫା ଦେବିନି, ମୋତେ ବହିଷ୍କାର କରନ୍ତୁ। ବେଙ୍ଗଲ ପୋଲିସ, CRPF, ବିଜେପି ପ୍ରଭାବିତ CEO, ECIଙ୍କୁ ନିନ୍ଦା କରୁଛି। ୧୫ ଶହ ପାର୍ଟି ଅଫିସରଙ୍କୁ ହାଇଯାକ୍‌ କରି ନିଆଯାଇଛି। ମୋତେ ଠେଲିପେଲି ଫୋପାଡ଼ିଦେଲେ, ଛାତି ଯନ୍ତ୍ରଣା ହେଉଛି। ଏହା ନିର୍ବାଚନ ନ ଥିଲା, କ୍ରୁରତା ଥିଲା କହିଲେ ମମତା। ବିଧାନସଭାର ପ୍ରଥମ ଦିନ କଳା ପୋଷାକ ପିନ୍ଧିକରି ଯାଆନ୍ତୁ। ଯେଉଁମାନେ ନ ପିନ୍ଧିବେ ଦଳରୁ ବାହାର କରିଦେବି କହିଲେ।

୨୦୨୬ ନିର୍ବାଚନ ପରିଣାମକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବାକୁ ମମତା ନିଷ୍ପତ୍ତି ନେଇଛନ୍ତି। ବିଜେପି ଏବଂ ନିର୍ବାଚନ କମିଶନଙ୍କ ବିରୋଧରେ ସେ ନିର୍ବାଚନୀ ଅନିୟମିତତାର ଗୁରୁତର ଅଭିଯୋଗ ଆଣିଛନ୍ତି। ମମତା କହିଛନ୍ତି ଯେ ସେ ଏବଂ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ପୁଣିଥରେ କୋର୍ଟରେ ଓକିଲାତି ଆରମ୍ଭ କରିବେ ଏବଂ ନିର୍ବାଚନୀ ଲଢ଼େଇକୁ ଆଇନଗତ ଭାବେ ଜାରି ରଖିବେ। ନିଜ ନିଷ୍ପତ୍ତିରେ ଅଟଳ ରହି ମମତା କହିଛନ୍ତି ଯେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନାହିଁ। ଏହି ଜନମତକୁ “ଚୋରି କରାଯାଇଥିବା ମାଣ୍ଡେଟ” ବୋଲି କହି ସେ ପଦରେ ରହି ପ୍ରତିବାଦ କରିବେ।

Leave A Reply

Your email address will not be published.