କାଲି TVK ର ଶପଥ ଗ୍ରହଣ

0

ଓଡ଼ିଆ ନ୍ୟୁଜ୍: ତାମିଲନାଡୁ ରାଜନୀତିରେ ଏକ ନୂତନ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି। ଅଭିନେତାରୁ ନେତା ହୋଇଥିବା ବିଜୟ ବୁଧବାର ରାଜ୍ୟପାଳ ରାଜେନ୍ଦ୍ର ଅର୍ଲେକରଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଜଣାଇଛନ୍ତି। ଏହା ସହିତ ଗତ ଦୁଇ ଦିନ ଧରି ଚାଲିଥିବା ରାଜନୈତିକ ଅନିଶ୍ଚିତତାର ଅନ୍ତ ଘଟିଛି। ଆସନ୍ତାକାଲି ସକା ୧୦ଟାରେ ବିଜୟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ତେବେ ତାଙ୍କ ସହ କେତେ ଜଣ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ତାହା ସ୍ପଷ୍ଟ ଜଣା ପଡ଼ିନାହିଁ।

ବିଜୟଙ୍କ ନୂତନ ଦଳ ‘ତାମିଲଗା ଭେଟ୍ରି କାଝାଗମ’ (TVK) ମୋଟ ୧୦୮ଟି ଆସନ ସହ ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇଛି। ସରକାର ଗଢ଼ିବା ପାଇଁ ବିଜୟଙ୍କୁ କଂଗ୍ରେସ ଏବଂ ଅନ୍ୟ କିଛି ଆଞ୍ଚଳିକ ଦଳ ସମର୍ଥନ ଜଣାଇଛନ୍ତି। ବର୍ଷ ବର୍ଷ ଧରି ରାଜ୍ୟରେ ଶାସନ କରୁଥିବା DMK ଏବଂ AIADMK ପରି ବଡ଼ ଦଳକୁ ପଛରେ ପକାଇ ବିଜୟଙ୍କ ଦଳ ତାମିଲନାଡୁ ରାଜନୀତିରେ ଏକ ନୂଆ ପରମ୍ପରା ଆରମ୍ଭ କରିବାକୁ ଯାଉଛି।

Leave A Reply

Your email address will not be published.