ଓଡ଼ିଆ ନ୍ୟୁଜ୍: ସିସିଟିଭିରେ ରଙ୍ଗ ମାରି ଏଟିଏମ୍ ଲୁଟିନେଲେ ଦୁର୍ବୃତ୍ତ। ଖୁଣ୍ଟା ଥାନାରୁ ୩ ଶହ ମିଟର ଦୂର ବଙ୍ଗଳା ଛକରେ ଥିବା ATM ଲୁଟ୍। ସାଇରନ ବାଜିବା ଡରରେ ସାଇରନକୁ ଭାଙ୍ଗି ଦେଇଥିବା ସୂଚନା। କେତେ କଣ ଲୁଟ୍ ହୋଇଛି ଜଣାପଡ଼ିନାହିଁ, ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍।
ସୂଚନାନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ଖୁଣ୍ଟା ଥାନା ବଙ୍ଗଳା ଛକରେ ଥିବା ଏସ୍ବିଆଇ ଏଟିଏମ୍ ରୁ ଲୁଟ୍ ହୋଇଛି। ଦୁର୍ବୃତ୍ତମାନେ ଏଟିଏମ୍ ବାହାରେ ଥିବା ସିସିଟିଭିରେ ଲାଲ ରଙ୍ଗ ସ୍ପ୍ରେ ମାରିବା ପରେ ଏଟିଏମ ଭିତରେ ପଶି ସମସ୍ତ କ୍ୟାମେରାରେ ରଙ୍ଗ ସ୍ପ୍ରେ ମାରିଥିଲେ। ଏହା ପରେ ଗ୍ୟାସ୍ କଟରରେ ଏଟିଏମକୁ କାଟିଥିଲେ । ଏଟିଏମ୍ କ୍ୟାସ ଟ୍ରେରୁ ସମସ୍ତ ଟଙ୍କା ଲୁଟ କରି ଚମ୍ପଟ ମାରିଥିଲେ। ଏପରିକି ଲୁଟ୍ ପରେ ସାଇରନ ବାଜିବା ଡରରେ ସାଇରନକୁ ମଧ୍ୟ ପିଟି ଭାଙ୍ଗି ଦେଇଥିଲେ। ଗୁରୁବାର ସକାଳେ ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ଘଟଣାସ୍ଥଳରେ ଖୁଣ୍ଟା ପୁଲିସ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ କେତେ ଟଙ୍କା ଲୁଟ ହୋଇଛି ତାହା ଜଣାପଡ଼ିନାହିଁ।