ଓଡ଼ିଆ ନ୍ୟୁଜ୍: ସଂପ୍ରସାରଣ ହେଲା ବିହାର କ୍ୟାବିନେଟ୍ ମନ୍ତ୍ରିମଣ୍ଡଳ। ପାଟନା ଗାନ୍ଧି ମୈଦାନରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ସମାରୋହ। ପ୍ରଧାନମନ୍ତ୍ରୀ ମୋଦି, ଗୃହ ମନ୍ତ୍ରୀ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ଉପସ୍ଥିତ। ନୀତୀଶ କୁମାରଙ୍କ ପୁଅ ନିଶାନ୍ତ କୁମାର ମନ୍ତ୍ରୀ ଭାବେ ନେଲେ ଶପଥ। ଆଜି ଗାନ୍ଧୀ ମଇଦାନରେ ୩୨ ନୂଆ ମନ୍ତ୍ରୀ ଶପଥ ନେଇଛନ୍ତି। ଏଥିରେ ଜେଡିୟୁ ସୁପ୍ରିମୋ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପୁଅ ନିଶାନ୍ତ କୁମାର ମଧ୍ୟ ସାମିଲ ଅଛନ୍ତି। ଏନଡିଏର ପାଞ୍ଚ ସହଯୋଗୀ ଦଳ ବିଜେପି, ଜେଡିୟୁ ଏଲଜେପିଆରବି, ହମ (HAM) ଏବଂ ଆରଏଲଏମ ପ୍ରତିନିଧିଙ୍କୁ ଏହି କ୍ୟାବିନେଟରେ ସ୍ଥାନ ଦିଆଯାଇଛି।
ଗୁରୁତ୍ବପୂର୍ଣ୍ଣ କଥା ହେଲା ଏହି ସଂପ୍ରସାରଣରେ ଜାତି ସମୀକରଣକୁ ଧ୍ୟାନ ଦିଆଯାଇଛି । ଅର୍ଥାତ କ୍ୟାବିନେଟରେ ସବୁ ବର୍ଗର ଲୋକଙ୍କୁ ସାମିଲ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ସମେତ ୮ ମନ୍ତ୍ରୀ ଓବିସି ବର୍ଗର ଥିବା ବେଳେ, ଅଗଡ଼ି ସମାଜ (ସାଧାରଣ) ବର୍ଗର ୯ ଜଣ ଏବଂ ସଂଖ୍ୟାଲଘୁ ସଂପ୍ରଦାୟର ଜଣଙ୍କୁ ମନ୍ତ୍ରୀ କରାଯାଇଛି।ପାଟନାର ଗାନ୍ଧୀ ମଇଦାନରେ ଆୟୋଜିତ ଭବ୍ୟ ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ଲେଫ୍ଟନାଣ୍ଟ ଜେନେରାଲ (ଜେନେରାଲ) ସୟଦ ଅତା ହସନାନ ସମସ୍ତ ୩୨ ସଦସ୍ୟଙ୍କୁ ମନ୍ତ୍ରୀ ପଦର ଗୋପନୀୟତାର ଶପଥପାଠ କରାଇଛନ୍ତି