ଓଡ଼ିଆ ନ୍ୟୁଜ୍: ଯାଜପୁର ଜିଲ୍ଲା ବିଜେଡି କାର୍ଯ୍ୟକାରିଣୀ ବୈଠକରେ ନବୀନଙ୍କ ତାଗିଦ। ବିଶୃଙ୍ଖଳାକୁ ବରଦାସ୍ତ କରାଯାଇପାରିବ ନାହିଁ ବୋଲି ଭିଡିଓ ବାର୍ତ୍ତାରେ କହିଲେ। ମୁଁ ସବୁବେଳେ ଡିସିପ୍ଲିନ୍ ଉପରେ ଗୁରୁତ୍ବ ଦେଇ ଆସିଛି- ନବୀନ।‘ଆମେ ସଂଗଠନକୁ ମଜବୁତ କରିବା, ଲୋକଙ୍କ ସହ ଯୋଡ଼ି ହୋଇ ରହିବା। ଓଡ଼ିଶାବାସୀ ଆମକୁ ୨୪ ବର୍ଷ ସେବା କରିବାର ସୁଯୋଗ ଦେଇଥିଲେ। ଲୋକଙ୍କ ଏହି ବିଶ୍ଵାସ ଆମକୁ ବାଟ ଦେଖାଇ ଆସୁଛି। ଆମେ ବିରୋଧୀ ଦଳରେ କିନ୍ତୁ ଏବେ ବି ଲୋକଙ୍କ ଭଲ ପାଇବା ଅତୁଟ। ବିଜେପି ସରକାର ଏବେ ଓଡ଼ିଶାବାସୀଙ୍କ ପାଇଁ ବଡ଼ ବୋଝ ପାଲଟି ଗଲାଣି।ମହିଳା ଅତ୍ୟାଚାର ବିରୋଧରେ, ଚାଷୀର ହକ୍ ପାଇଁ ଲଢ଼ିବାକୁ ହେବ।
ସେ ଆହୁରି ମଧ୍ୟ କହିଛନ୍ତେ ଯେ, ଲୋକଙ୍କ ଭଲ ପାଇବା ହିଁ ଆମର ବଡ଼ ବଳ। ଦଳ ସବୁବେଳେ ଶୃଙ୍ଖଳାକୁ ଗୁରୁତ୍ୱ ଦେଇଛି। ତେଣୁ ଦଳରେ ବିଶୃଙ୍ଖଳାର କୌଣସି ସ୍ଥାନ ନାହିଁ। ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ରହିଛି। ତେଣୁ ସଂଗଠନକୁ ଆହୁରି ମଜଭୁତ କରିବା ଓ ଲୋକଙ୍କ ସହ ରହିବା। ବିଜେପି ସରକାର ଏବେ ଲୋକଙ୍କ ପାଇଁ ବଡ଼ ବୋଝ ପାଲଟି ଗଲାଣି। ମହିଳାମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଉପରେ ଲଢ଼ିବାକୁ ହେବ। ଯୁବ, ଚାଷୀ ଓ ମିଛ ପ୍ରଚାର ବିରୋଧରେ ଆମକୁ ଲଢ଼ିବାକୁ ହେବ। ଆସନ୍ତୁ ରାଜ୍ୟବାସୀଙ୍କ ସ୍ୱାର୍ଥକୁ ଗୁରତ୍ବ ଦେଇ ଏଇ ଲଢ଼େଇକୁ ଜୋରଦାର କରିବା।