TARAର ସଫଳ ଉଡ଼ାଣ ପରୀକ୍ଷଣ

0

ଓଡ଼ିଆ ନ୍ୟୁଜ୍: ଓଡ଼ିଶା ଉପକୂଳରେ ‘TARA’ର ସଫଳ ଉଡ଼ାଣ ପରୀକ୍ଷଣ। DRDO ଓ ବାୟୁସେନାର ମିଳିତ ଉଦ୍ୟମରେ ସଫଳ ଉଡ଼ାଣ ପରୀକ୍ଷଣ। ଟାକ୍ଟିକାଲ୍ ଆଡଭାନ୍ସଡ୍ ରେଞ୍ଜ ଅଗମେଣ୍ଟେସନ୍ (TARA)ର ପରୀକ୍ଷଣ।’TARA’ ଦେଶର ପ୍ରଥମ ସ୍ୱଦେଶୀ ଗ୍ଲାଇଡ୍ ଅସ୍ତ୍ର ପ୍ରଣାଳୀ। କମ୍‌ ମୂଲ୍ୟର ସିଷ୍ଟମ ବ୍ୟବହାର କରୁଥିବା ଏହା ପ୍ରଥମ ଗ୍ଲାଇଡ୍ ଅସ୍ତ୍ର। ଅଣଗାଇଡେଡ୍ ୱାରହେଡ୍‌କୁ ଏହା ସଠିକ୍ ମାର୍ଗଦର୍ଶିତ ଅସ୍ତ୍ରରେ ପରିଣତ କରିଥାଏ। ଭୂମି ଆଧାରିତ ଲକ୍ଷ୍ୟକୁ ଏହା ସହଜରେ ଟାର୍ଗେଟ କରିପାରିବ।

ଏହି ପରୀକ୍ଷଣ ଭାରତର ଆତ୍ମନିର୍ଭରଶୀଳ ପ୍ରତିରକ୍ଷା କ୍ଷମତାକୁ ଏକ ନୂଆ ଶିଖରକୁ ନେଇଯାଇଛି । ଅପରେସନ ସିନ୍ଦୂରକୁ ବର୍ଷେ ପୂରଣ ଅବସରରେ ଏହାକୁ ପରୀକ୍ଷଣ କରାଯାଇଛି । TARA ହେଉଛି ଦେଶର ପ୍ରଥମ ସ୍ୱଦେଶୀ ଗ୍ଲାଇଡ୍ ଅସ୍ତ୍ର ପ୍ରଣାଳୀ । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପାରମ୍ପରିକ ଏବଂ ଅଣ-ନିର୍ଦ୍ଦେଶିତ ବୋମାଗୁଡ଼ିକୁ ସଠିକ୍ ଭାବେ ଲକ୍ଷ୍ୟଭେଦ କରିପାରୁଥିବା ଅସ୍ତ୍ରରେ ପରିଣତ କରିବା । ଏହା ଏକ ‘ମଡ୍ୟୁଲାର୍ ରେଞ୍ଜ୍ ଏକ୍ସଟେନସନ୍ କିଟ୍’ ଭାବରେ କାମ କରେ । ଯାହାକୁ ସାଧାରଣ ବୋମାରେ ଲଗାଗଲେ ତାହା ଏକ ସ୍ମାର୍ଟ ଅସ୍ତ୍ରରେ ପରିଣତ ହେବ । ଏହା ସାଧାରଣ ବୋମାର ଲକ୍ଷ୍ୟଭେଦ କ୍ଷମତାକୁ ବହୁଗୁଣିତ କରିଥାଏ । ଉଚ୍ଚ ସଠିକତା ସହ ଶତ୍ରୁର ଭୂତଳ ବା ଅନ୍ୟାନ୍ୟ ଲକ୍ଷ୍ୟକୁ ଧ୍ୱଂସ କରିବାରେ ଏହା ସକ୍ଷମ ।

ପାଞ୍ଚ କିଲୋମିଟର ଉଚ୍ଚତାରୁ ଛଡ଼ାଗଲେ ଏହା ପ୍ରାୟ ୧୫୦-୧୮୦ କିଲୋମିଟର ଦୂରରେ ଥିବା ଲକ୍ଷ୍ୟକୁ ଭେଦ କରିପାରେ । ଏହା ହାଇଦ୍ରାବାଦ ସ୍ଥିତ Research Centre Imarat (RCI) ଏବଂ ଅନ୍ୟାନ୍ୟ DRDO ଲାବୋରେଟୋରୀ ଦ୍ୱାରା ସମ୍ପୂର୍ଣ୍ଣ ଭାରତୀୟ ଜ୍ଞାନକୌଶଳରେ ନିର୍ମିତ । ମହଙ୍ଗା ମିସାଇଲ୍ ବଦଳରେ ସାଧାରଣ ବୋମାକୁ TARA କିଟ୍ ଜରିଆରେ ସ୍ମାର୍ଟ ଅସ୍ତ୍ରରେ ପରିଣତ କରିବା ଦ୍ୱାରା ସାମରିକ ଖର୍ଚ୍ଚ ବହୁଳ ଭାବେ ହ୍ରାସ ପାଇବ । ଏହା ଜାଗୁଆର, ମିରାଜ୍-୨୦୦୦, ସୁଖୋଇ-୩୦ ଏବଂ ତେଜସ ଭଳି ଯୁଦ୍ଧବିମାନରେ ବ୍ୟବହାର କରାଯାଇପାରିବ । ଏହା ଶତ୍ରୁର ରାଡାର ବଳୟ ବାହାରେ ରହି ଆକ୍ରମଣ କରିବାରେ ସାହାଯ୍ୟ କରିବ ।

Leave A Reply

Your email address will not be published.