ପ୍ରଥମ ରଥ ସମନ୍ୱୟ ବୈଠକ ଅନୁଷ୍ଠିତ

0

ଓଡ଼ିଆ ନ୍ୟୁଜ୍: ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ବସିଥିଲା ପ୍ରଥମ ସମନ୍ଵୟ କମିଟି ବୈଠକ । ରଥଯାତ୍ରାରେ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ୧୬ଶହ ଅସ୍ଥାୟୀ ଶୌଚାଳୟ ହେବ । ଡ୍ରୋନ ଦ୍ବାରା ସହରର ବିଭିନ୍ନ ସ୍ଥାନରେ ମଶା ତେଲ ପକାଯିବ । ରଥଯାତ୍ରା ପାଇଁ ପୁରୀକୁ ଚାଲିବ ୪ଶହ ସ୍ଵତନ୍ତ୍ର ଟ୍ରେନ୍ । ରେଳଷ୍ଟେସନ ବାହାରେ ୬ ଟି ସ୍ଥାନରେ କାଉଣ୍ଟର ସହ ସ୍ଵତନ୍ତ୍ର କ୍ରାଉଡ ମ୍ୟାନେଜମେଣ୍ଟ ପ୍ଲାନ୍ ହେବ । ରଥଯାତ୍ରା ସମୟରେ NSG କମାଣ୍ଡୋଙ୍କ ସହ ୨୨୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ଏଥିସହିତ ଆଣ୍ଟି ଡ୍ରୋନ୍ ଟିମ୍, NDRF, ODRAF ମୁତୟନ ହେବେ। ଯାନ ବାହନ ପାଇଁ ପାର୍କିଂ ସଂଖ୍ୟା ବୃଦ୍ଧି କରାଯିବା ନେଇ ବୈଠକରେ ନିଆଯାଇଛି ନିଷ୍ପତ୍ତି ।

ରଥ ପାଇଁ ପ୍ରଥମ ସମନ୍ବୟ ବୈଠକ । କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ସୁଧାଂଶୁ ମୋହନ ସାମଲଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ପାଇଁ ପ୍ରଥମ ସମନ୍ବୟ ବୈଠକରେ ରଥ ନିର୍ମାଣ, ସ୍ଵାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା, ବିଦ୍ୟୁତ୍ ଯୋଗାଣ, ପାନୀୟ ଜଳ ଯୋଗାଣ ନେଇ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଛି । ଚଳିତ ବର୍ଷ ଢେଙ୍କାନାଳ ହିନ୍ଦୋଳରୁ ଅଧିକ ଏକ ସେଟ୍ ଚାରମାଳ ପାଇଁ ତାଳ କାଠ ଅଣାଯିବ। ରଥ ଦଉଡି଼ ପାଇଁ ଓଡ଼ିଶା ସମବାୟ କତା ନିଗମ ଚଳିତ ମାସ ଶେଷ ସୁଦ୍ଧା ୨୮ଟି ରଥ ଦଉଡି଼ ଏବଂ ୬ଟି କଡର୍ନ ଦଉଡି଼ ପହଞ୍ଚାଇବ ।

Leave A Reply

Your email address will not be published.