ଭିଡ଼ ହିଂସା ଲାଗି ନଥିଲେ ବି ଦଣ୍ଡ ସମାନ: କ୍ରାଇମବ୍ରାଞ୍ଚ dgp

0

ଓଡ଼ିଆ ନ୍ୟୁଜ୍: ବାଲିଅନ୍ତା ଭିଡ଼ ହତ୍ୟା ଅଭିଯୋଗ ମାମଲା।କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ରଙ୍କ ପ୍ରତିକ୍ରିୟା। ୨ଟି ମାମଲା ରୁଜୁ ହୋଇଛି, ତଦନ୍ତ ଜାରି ରହିଛି। କିଛି ସାକ୍ଷୀ ମାନଙ୍କର ବୟାନ ରେକର୍ଡ କରାଯାଇଛି। ପିଏମ୍ ରିପୋର୍ଟ ଓ ଫରେନସିକ ରିପୋର୍ଟର ତର୍ଜମା ଚାଲିଛି। ସୋସିଆଲ ମିଡିଆର ତଥ୍ୟକୁ ମଧ୍ୟ ତର୍ଜମା କରୁଛୁ। ସମସ୍ତ ଉପସ୍ଥିତ ଲୋକ ଅପରାଧୀ ବୋଲି ଭାବିବା ଠିକ୍ ହେବନି। ଘଟଣାକୁ ଭିଡ଼ ହିଂସା କହିହେବ ନାହିଁ।ସୌମ୍ୟ ହତ୍ୟା ମାମଲାରେ ସେଭଳି ତଥ୍ୟ ମିଳିନାହିଁ। ଯଦି ସେଭଳି ପ୍ରମାଣ ମିଳେ, ତେବେ ଭିଡ଼ ହିଂସା ଭଳି ଦଫା ଲାଗିବ।

ସେ କହିଛନ୍ତି ଯେ, ବାଲିଅନ୍ତା ବର୍ବରତା ଘଟଣାରେ ଦୁଇଟି ମାମଲା ରୁଜୁ କରାଯାଇଛି । କିଛି ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଛି । ବାକି କିଛି ପ୍ରତ୍ୟକ୍ଷଦର୍ଶୀ ଓ ସୌମ୍ୟଙ୍କ ପରିବାର ଲୋକଙ୍କ ବୟାନ ରେକର୍ଡ କରିବ କ୍ରାଇମବ୍ରାଞ୍ଚ । ସୌମ୍ୟଙ୍କ ପୋଷ୍ଟମର୍ଟମ ରିପୋର୍ଟ ଓ ଫରେନସିକ୍ ରିପୋର୍ଟର ତର୍ଜମା ଚାଲିଛି। ସୋସିଆଲ ମିଡିଆ ତଥ୍ୟକୁ ମଧ୍ୟ ତର୍ଜମା କରାଯାଉଛି ।

ସେହିପରି ତଦନ୍ତର ସବୁ ଦିଗକୁ ପୁଙ୍ଖାନୁପୁଙ୍ଖ ଭାବେ ତର୍ଜମା କରାଯାଉଛି । ବାଲିଅନ୍ତା ବର୍ବରତା ସମୟରେ ସେଠାରେ ଉପସ୍ଥିତ ଥିବା ସମସ୍ତ ଲୋକଙ୍କୁ ଅପରାଧି ଭାବିବା ଠିକ୍ ନୁହେଁ । ଘଟଣାକୁ ମଧ୍ୟ ଭିଡ଼ ହିଂସା କହିହେବ ନାହିଁ। ସୌମ୍ୟ ହତ୍ୟା ମାମଲା ସେଭଳି କିଛି ତଥ୍ୟ ମିଳିନାହିଁ। ଯଦି ତଦନ୍ତ ବେଳେ ସେଭଳି ପ୍ରମାଣ ମିଳେ, ତେବେ ଅଭିଯୁକ୍ତଙ୍କ ଉପରେ ଭିଡ଼ ହିଂସା ଭଳି ଦଫା ଲାଗିବ ବୋଲି କ୍ରାଇମବ୍ରାଞ୍ଚ ଡିଜି କହିଛନ୍ତି ।

Leave A Reply

Your email address will not be published.