ଓଡ଼ିଆ ନ୍ୟୁଜ୍: ଯୁବକକୁ ହାଣି ବାଇକ୍ ମଡ଼ାଇ ହତ୍ୟା ଉଦ୍ୟମ ଘଟଣା। ମୁଖ୍ୟ ଅଭିଯୁକ୍ତ ସୁଧାଂଶୁ ମହାପାତ୍ର ଓରଫ୍ ହାପିର ଆତ୍ମସମର୍ପଣ। ପୋଲିସର ତତ୍ପରତା ଭିତରେ ପୁରୀ କୋର୍ଟରେ ଆତ୍ମସମର୍ପଣ। କଣାସ ଥାନା ଗୋଲାବଜାରରେ ପୂର୍ବ ଶତ୍ରୁତାରୁ ହୋଇଥିଲା ଆକ୍ରମଣ। ପୂର୍ବରୁ ଏହି ମାମଲାରେ ୪ ଜଣଙ୍କୁ ଗିରଫ କରିଥିଲା ପୋଲିସ।ମୁଖ୍ୟ ଅଭିଯୁକ୍ତକୁ ଲୁଚାଇବାରେ ସହଯୋଗ କରିଥିବା ଯୁବକ ଗିରଫ । ଗିରଫ ଅଭିଯୁକ୍ତ ବଳରାମ ଛୋଟରାୟ ।
ସେ ମୁଖ୍ୟ ଅଭିଯୁକ୍ତକୁ ଛତିଶଗଡ ରାୟପୁର ସମ୍ପର୍କୀୟଙ୍କ ଘରେ ଲୁଚାଇ ରଖିଥିଲା । ପୂର୍ବରୁ ଏହି ଘଟଣାରେ ୪ ଜଣ ଗିରଫ ହୋଇଥିଲେ । ମୁଖ୍ୟ ଅଭିଯୁକ୍ତ ସୁଧାଂଶୁ ମହାପାତ୍ର ଓରଫ ହାପିର ପୁରୀ କୋର୍ଟରେ ଆତ୍ମ ସମର୍ପଣ । ଘଟଣାର ୧୦ ଦିନ ପରେ କଲା ଆତ୍ମ ସମର୍ପଣ । ପୋଲିସ ଏବେ ରିମାଣ୍ଡରେ ନେଇ ଅଧିକ ତଦନ୍ତ କରିପାରେ । କେଉଁ ପରିସ୍ଥିତିରେ ହତ୍ୟାକାଣ୍ଡ ଘଟିଲା ତାର ଟିକନିଖ ତଦନ୍ତ କରୁଛି ପୋଲିସ ।